ପ୍ରଭୁ ଶ୍ରୀ ରାମ ଭାରତୀୟ ଚେତନାର ଆଦର୍ଶ ଅଟନ୍ତି- ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 27 ମାର୍ଚ୍ଚ (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମନବମୀ ପର୍ବ ଅବସରରେ ପ୍ରଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ଧର୍ମ, ସତ୍ୟ ଓ ମର୍ଯ୍ୟାଦାର ସର୍ବୋତ୍ତମ ପ୍ରତୀକ ପ୍ରଭୁ ଶ୍ରୀ
ଯୋଗୀ


ଲକ୍ଷ୍ନୌ, 27 ମାର୍ଚ୍ଚ (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମନବମୀ ପର୍ବ ଅବସରରେ

ପ୍ରଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ସୋସିଆଲ ମିଡିଆ

ପ୍ଲାଟଫର୍ମରେ ଲେଖିଛନ୍ତି ଯେ ଧର୍ମ, ସତ୍ୟ ଓ ମର୍ଯ୍ୟାଦାର ସର୍ବୋତ୍ତମ ପ୍ରତୀକ ପ୍ରଭୁ ଶ୍ରୀ ରାମଙ୍କ

ପବିତ୍ର ଜନ୍ମୋତ୍ସବ ‘ଶ୍ରୀ ରାମନବମୀ’ ଅବସରରେ ସମସ୍ତ ଭକ୍ତମାନଙ୍କ ଏବଂ ପ୍ରଦେଶବାସୀଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଶ୍ରୀ ରାମ ଭାରତୀୟ ଚେତନାର

ସେହି ଆଦର୍ଶ, ଯାହାଙ୍କ ମଧ୍ୟରେ

କରୁଣା ଓ କର୍ତ୍ତବ୍ୟର ଅଦ୍ଭୁତ ସନ୍ତୁଳନ ରହିଛି। ତାଙ୍କ ଜୀବନ ଆମକୁ ସ୍ମରଣ କରାଏ ଯେ ଶକ୍ତିର

ସୌନ୍ଦର୍ଯ୍ୟ ମର୍ଯ୍ୟାଦାରେ ରହିଛି ଏବଂ ବିଜୟର ଅର୍ଥ ଲୋକମଙ୍ଗଳରେ ଅଛି।

ରାମନବମୀର ଏହି ପବିତ୍ର ଦିନ ଆମକୁ ପ୍ରେରଣା ଦେଇଥାଏ ଯେ ଆମେ ନିଜ

ଆଚରଣରେ ସତ୍ୟ, ବ୍ୟବହାରରେ କରୁଣା

ଏବଂ ସମାଜରେ ସମାନତାକୁ ସ୍ଥାନ ଦେବା—ଏହାହିଁ ‘ରାମତ୍ୱ’ର ସତ୍ୟ ଉତ୍ସବ। ପ୍ରଭୁ ଶ୍ରୀ ରାମଙ୍କ

କୃପାରେ ଆପଣମାନଙ୍କ ଜୀବନରେ ଶାନ୍ତି, ସମତୁଳନ ଏବଂ ସଦ୍ଭାବ ରହୁ—ଏହି ମଙ୍ଗଳକାମନା। ଜୟ ଶ୍ରୀ ରାମ!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande