
ନୂଆଦିଲ୍ଲୀ, 28 ମାର୍ଚ୍ଚ (ହି.ସ.)। ବିଧି ଓ ନ୍ୟାୟ ମନ୍ତ୍ରଣାଳୟ ରବିବାର
ବିଜ୍ଞାନ ଭବନରେ ଟେଲି-ଲ’ ପ୍ରୟାସ ଅଧୀନରେ ଏକ ଭବ୍ୟ ଜାତୀୟ ପରାମର୍ଶ ଆୟୋଜନ କରିବ। ଏହାର
ମୁଖ୍ୟ ଉଦ୍ଦେଶ୍ୟ ପ୍ରଯୁକ୍ତିର ମାଧ୍ୟମରେ ଆଇନଗତ ସେବାକୁ ସୁଦୃଢ଼ କରିବା ଓ ସମାଜର ଶେଷ ସୀମାରେ
ଥିବା ଲୋକଙ୍କ ପର୍ଯ୍ୟନ୍ତ ନ୍ୟାୟ ପହଞ୍ଚ ସୁନିଶ୍ଚିତ କରିବା।
ମନ୍ତ୍ରଣାଳୟର ଅନୁସାରେ, ଏହି ଜାତୀୟ ପରାମର୍ଶର ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ସି.ପି.
ରାଧାକୃଷ୍ଣନ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ଭାବେ ବିଧି ଓ ନ୍ୟାୟ
ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ ସହ ଅନ୍ୟାନ୍ୟ ଗଣମାନ୍ୟ
ବ୍ୟକ୍ତିମାନେ ଉପସ୍ଥିତ ରହିବେ।
ଏହି ପରାମର୍ଶ ‘ଦିଶା’ ଯୋଜନା ଅଧୀନରେ ଆୟୋଜିତ ହେଉଛି, ଯେଉଁଥିରେ ଡିଜିଟାଲ
ସଶକ୍ତିକରଣର ଅନେକ ନୂତନ ପରିମାଣ ପ୍ରସ୍ତୁତ କରାଯିବ। ଏହି ସମୟରେ ‘ନ୍ୟାୟ ସେତୁ’ ନାମକ ଏକ
ଏଆଇ-ଚାଳିତ ଚ୍ୟାଟବଟ୍ ଏବଂ ଏହାର ମାସ୍କଟ୍ ଉନ୍ମୋଚନ କରାଯିବ। ଏହା ନାଗରିକମାନଙ୍କୁ ତାଙ୍କର
ଆଇନଗତ ଅଧିକାର ବୁଝିବା ଓ ବିବାଦ ସମାଧାନ ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାରେ ଏକ ଡିଜିଟାଲ
ସେତୁ ଭାବେ ସାହାଯ୍ୟ କରିବ।
ବର୍ଷ 2025-26 ପାଇଁ ବିଶେଷ ପୁସ୍ତିକା “ଲାଭାନ୍ବିତମାନଙ୍କର କଥା”
(2025-26) ର ଲୋକାର୍ପଣ କରାଯିବ, ଯେଉଁଥିରେ ଟେଲି-ଲ’ ସେବାରୁ ଲାଭାନ୍ବିତ ଲୋକମାନଙ୍କର ପ୍ରେରଣାଦାୟକ
କାହାଣୀ ସଂଗ୍ରହ କରାଯାଇଛି।
ଦିଲ୍ଲୀ ଜାତୀୟ ବିଧି ବିଶ୍ୱବିଦ୍ୟାଳୟ (ଏନଏଲଉ) ସହଯୋଗରେ ତିଆରି
ହୋଇଥିବା କମିକ୍ସ ପୁସ୍ତକମାଳା ମଧ୍ୟ ମୁକ୍ତି ପାଇବ, ଯାହା ଯୁବ ଓ ଗ୍ରାମୀଣ ଲୋକଙ୍କ ପାଇଁ ଜଟିଳ ଆଇନ ଧାରଣାଗୁଡ଼ିକୁ ସହଜ
କରିବ।
ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍”ର 150 ବର୍ଷ ପୂର୍ତି ଅବସରରେ
ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ଏକ ବିଶେଷ ସାଂସ୍କୃତିକ ପ୍ରଦର୍ଶନ ଦିଆଯିବ।
ପରାମର୍ଶ ସମୟରେ ସାରା ଦେଶର ଟେଲି-ଲ’ ପ୍ୟାନେଲ ଆଇନଜୀବୀ ଓ ଗ୍ରାମ
ସ୍ତରୀୟ ଉଦ୍ୟମୀମାନଙ୍କ ସହ ସଜୀବ ଆଲୋଚନା କରାଯିବ। ସେହିପରି ଦିଲ୍ଲୀର ପ୍ରମୁଖ ବିଧି
ମହାବିଦ୍ୟାଳୟମାନଙ୍କ ଦ୍ୱାରା ଦିଆଯାଉଥିବା ନିଶୁଳ୍କ ଆଇନ ସେବା ବିଷୟରେ ଏକ ବିଶେଷ ଅଂଶ ମଧ୍ୟ
ରହିବ।
ବିଶେଷଜ୍ଞ ଓ ନୀତି ନିର୍ମାତାମାନଙ୍କ ପରାମର୍ଶ ଆଧାରିତ ଏକ ଶ୍ୱେତପତ୍ର
ମଧ୍ୟ ପ୍ରକାଶିତ ହେବ, ଯାହା ଭବିଷ୍ୟତ ଆଇନ
ନୀତି ପାଇଁ ଏକ ରୋଡମ୍ୟାପ୍ ତିଆରି କରିବ। ଏହି ଆୟୋଜନରେ ସୁପ୍ରିମ କୋର୍ଟ ଇ-କମିଟି, ନାଲସା, ବାର ଏସୋସିଏସନ୍ର
ସଦସ୍ୟମାନେ ଓ ବିଧି ସଂସ୍ଥାନର ଛାତ୍ରମାନେ ସହିତ ପ୍ରାୟ 1200 ଅଂଶଗ୍ରାହୀ ସାକ୍ଷାତ୍ ଉପସ୍ଥିତ
ହେବେ, ଯେତେବେଳେ ସାରା
ଦେଶର ହଜାର ହିତଧାରୀ ଅନଲାଇନ୍ ମାଧ୍ୟମରେ ଯୋଗଦେବେ।
ଏହି ଜାତୀୟ ପରାମର୍ଶ ନ୍ୟାୟ ବ୍ୟବସ୍ଥାରେ ଥିବା ବିଷମତାକୁ ଦୂର
କରିବା ଓ ପ୍ରଯୁକ୍ତି ମାଧ୍ୟମରେ “ସମସ୍ତଙ୍କ ପାଇଁ ନ୍ୟାୟ” ଲକ୍ଷ୍ୟ ପ୍ରାପ୍ତି ପାଇଁ ଏକ
କ୍ରାନ୍ତିକାରୀ ପଦକ୍ଷେପ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା