ଗଙ୍ଗା ମା ଙ୍କ ଘଟ ଯାତ୍ରା ଆରମ୍ଭ
ଜୟପୁର, ୨୮ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲା ଜୟପୁର ଗଙ୍ଗାନଗରେ ଥିବା ଗଙ୍ଗା ମା ଙ୍କ ଘଟ ଯାତ୍ରା ଶନିବାର ଆରମ୍ଭ ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମ ଧାମରେ ଯାତ୍ରା ଆରମ୍ଭ ହୋଇଛି । ରୀତି ନୀତି ଅନୁଯାୟୀ ପ୍ରଥମେ ବାଜା ବଜାଇ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ନିକଟକୁ
ଗଙ୍ଗାମା ଙ୍କ ଘଟ ଯାତ୍ରା ଆରମ୍ଭ


ଜୟପୁର, ୨୮ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲା ଜୟପୁର ଗଙ୍ଗାନଗରେ ଥିବା ଗଙ୍ଗା ମା ଙ୍କ ଘଟ ଯାତ୍ରା ଶନିବାର ଆରମ୍ଭ ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମ ଧାମରେ ଯାତ୍ରା ଆରମ୍ଭ ହୋଇଛି । ରୀତି ନୀତି ଅନୁଯାୟୀ ପ୍ରଥମେ ବାଜା ବଜାଇ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ନିକଟକୁ ଯାଇ ପୁଜା ପାଠ କରାଯାଇ ଆଜ୍ଞାମାଳ ଅଣାଯାଇଥାଏ । ପରେ ନୂତନ କଳସ ଆଣାଯାଇ ପୁଜା ପାଠ କରାଯାଇଥାଏ । ଚୈତ୍ର ଦଶମିରେ ଯାତ୍ରା ଆରମ୍ଭ ହୋଇ ୫ ଦିନ ଏହି ଯାତ୍ରା ଚାଲିଥାଏ । ମନ୍ଦିର ସମ୍ନୁଖରେ ଆକର୍ଷଣିୟ ତୋରଣ ସହ ଲିଚୁ ଲାଇଟରେ ମନ୍ଦିରକୁ ସାଜସଜ୍ଜା କରାଯାଇଛି । ଏହି ୫ ଦିନ ବାଜା ବଜାଇ ମାଙ୍କ ପ୍ରତିକ ଘଣ୍ଟ ହାଣ୍ଡି ଓ ଫୁଲ ଚାଙ୍ଗୁଡି ମୁଣ୍ଡରେ ଧରି ଭକ୍ତମାନେ ସାହି ସାହି ପରିକ୍ରମା କରନ୍ତି । ରାଷ୍ଟ୍ର ମଙ୍ଗଳ ପାଇଁ ମା ସାହି ସାହି ଘର ଘର ବୁଲନ୍ତି । ଏହି ସମୟରେ ଭକ୍ତ ମାନେ ଘର ସମ୍ମୁଖରେ ଲିପା ପୋଛା କରି ଭୋଗ ଲାଗି କରିଥାନ୍ତି । ପରେ ବିଳମ୍ବିତ ରାତ୍ରରେ ମା ଙ୍କ ପ୍ରତୀକ ଘଣ୍ଟ ହାଣ୍ଡି ମନ୍ଦିରକୁ ଫେରିଥାଏ । ସେହି ସମୟରେ ଘଣ୍ଟ କୁ ଧରିଥିବା ଭକ୍ତକୁ ଖଣ୍ଡାରେ ଝୁଲାଯାଇ ଶାନ୍ତି କରାଯାଇ ମନ୍ଦିରକୁ ନିଆଯାଏ । ଏପରି ଭାବେ ୫ ଦିନ ଧରି ଯାତ୍ରା ଚାଲିଥାଏ । ଯାତ୍ରା ସମୟରେ ଯୁବକ ଓ ଯୁବତୀମାନେ ଅନନ୍ଦର ସହ ମଜା ଉଠାଇ ସାମିଲ ହୋଇଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande