
ରାଂଚି, ୨୮ ମାର୍ଚ୍ଚ (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଶନିବାର ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଂଚିରେ ପହଂଚିଥିଲେ । ତାଙ୍କ ବିମାନ ବିର୍ସା ମୁଣ୍ଡା ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ୍ ଏବଂ ମନ୍ତ୍ରୀ ସୁଦୀପ୍ୟ କୁମାର ସୋନୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।
ଦାୟିତ୍ୱ ଗ୍ରହଣ କରିବା ପରେ ଉପରାଷ୍ଟ୍ରପତିଙ୍କ ଏହା ପ୍ରଥମ ଝାଡ଼ଖଣ୍ଡ ଗସ୍ତ । ବିମାନବନ୍ଦରରେ ଉପସ୍ଥିତ ଅଧିକାରୀ ଏବଂ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ ।
ରାଂଚିରେ ପହଂଚିବା ପରେ, ଉପରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଖୁଂଟି ଜିଲ୍ଲାର ଉଲିହାଟୁ ଗ୍ରାମ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ଗ୍ରାମ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ । ସେଠାରେ ସେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ । ଏହାପରେ ଉପରାଷ୍ଟ୍ରପତି ରାଂଚି ଫେରି ଆସି ରାଂଚିରେ ଭାରତୀୟ ପରିଚାଳନା ସଂସ୍ଥାନର ୧୫ତମ ବାର୍ଷିକ ସମାବର୍ତନ ଉତ୍ସବରେ ଯୋଗଦେବେ । ଏହି ସମାରୋହରେ ସାତ ଜଣ ମେଧାବୀ ଛାତ୍ରଙ୍କୁ ପଦକ ଏବଂ ଉପାଧି ପ୍ରଦାନ କରାଯିବ, ଯେତେବେଳେକି ମୋଟ୍ ୫୫୮ ଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ