




ବଲାଙ୍ଗିର, ୨୮ ମାର୍ଚ୍ଚ (ହି.ସ.)- ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀଶ୍ରୀ ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ କାଲିର ଚାରିକର୍ମ ଅନୁଷ୍ଠାନ ଉପରାନ୍ତ ରାମନବମୀରେ ସକାଳ ୮ଟା ୩୦ ମିନିଟରୁ ଆରମ୍ଭ ହୋଇ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନିଃଶୁଳ୍କ ସାମୂହିକ ବ୍ରତୋପନୟନ ଉତ୍ସବ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅବାରିତ ଗତିରେ ସମସ୍ତ ବିଧିବିଧାନ ସହିତ ଆଚାର୍ଯ୍ଯ ବର୍ଗଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସମାହିତ ହେଲା। ଏ ଉତ୍ସବରେ ୧୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ଦୁଇ ଜଣ ପ୍ରାର୍ଥୀ ଅନିବାର୍ଯ୍ଯ କାରଣବଶତଃ ଯୋଗଦେଇ ପାରିନଥିଲେ। ଅବଶିଷ୍ଟ ୧୪ ଜଣ ତାଙ୍କ ପରିବାର ପରିଜନଙ୍କ ସହ ୩୦୦ରୁ ଉର୍ଦ୍ଧ୍ବ ଜନସମାଗମ ମଧ୍ୟରେ ଅଭୂତପୂର୍ବ ଆନନ୍ଦ ଉଲ୍ଲାସରେ ଏ ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମରେ ଯୋଗଦେଇ ପବିତ୍ର ଯଜ୍ଞୋପବୀତ ଧାରଣ କରିଥିଲେ। ଏହି ବ୍ରତୋପନୟନର ଏକ ଅଭୂତପୂର୍ବ ଉପଲବ୍ଧି ଏହା ଯେ ଏହି ସାମୂହିକ ନିଃଶୁଳ୍କ ବ୍ରତୋପନୟନ ଉତ୍ସବରେ ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡା ଏବଂ ବରଗଡ ଜିଲ୍ଲାର ବ୍ରାହ୍ମଣ ସନ୍ତାନମାନେ ଉପକୃତ ହୋଇଛନ୍ତି।
ଏହି ବ୍ରତୋପନୟନ ଉତ୍ସବରେ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପଣ୍ଡିତ ଚନ୍ଦ୍ରଧ୍ବଜ ମିଶ୍ର ଏବଂ ଲକ୍ଷ୍ମୀପ୍ରସାଦ ଚାନ୍ଦଙ୍କ ସୁପୁତ୍ର, ବିଭୁଦତ୍ତ ଶତପଥୀ ପ୍ରମୁଖ ଯୁବ ପଣ୍ଡିତ ବର୍ଗ ବ୍ରତୋପନୟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏ ଦିଗରେ ପଣ୍ଡିତ ଗୋକୁଳା ନନ୍ଦ ମିଶ୍ରଙ୍କ ସହଯୋଗ ସ୍ମରଣରଯୋଗ୍ଯ। ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟାବୃନ୍ଦ ପଣ୍ଡିତ ସତ୍ଯବନ୍ତ ବେଦବାକ, ପଣ୍ଡିତ ଧର୍ମସିଂହ ମିଶ୍ର,ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ,ବିପ୍ରଶ୍ରୀ ଗୋପବନ୍ଧୁ ପୁରୋହିତ ଙ୍କ ସମେତ ସଭାପତି ଧନଞ୍ଜୟ ମିଶ୍ର, ବିଶ୍ୱନାଥ ମିଶ୍ର, ଜୟ ବିହାରୀ ବେଦବାକ, ପଞ୍ଚାନନ ବେଦବାକ, କେଶବ ମିଶ୍ର, କବିରାଜ ହୋତା, ପ୍ରଭୁଦତ୍ତ ଶତପଥୀ, ଜଗନ୍ନାଥ ଷଡଙ୍ଗୀ, ପୁରୁଷୋତ୍ତମ ପଣ୍ଡା, ଅଶୋକ ମିଶ୍ର, ସୁଶାନ୍ତ ପଣ୍ଡା, ଗୋପୀକୃଷ୍ଣ ପାଣ୍ଡିଆ, ସଂକୀର୍ତ୍ତନ ତ୍ରିପାଠୀ , ଦୁର୍ଗା ପ୍ରସାଦ ହୋତା ,କାଳୀପ୍ରସାଦ ମିଶ୍ର, ଗୋପବନ୍ଧୁ ଶତପଥୀ, ଦାମୋଦର ଓତା, ରାମଶଙ୍କର ଶତପଥୀ, ଭାସ୍କର ତ୍ରିପାଠୀ, ସୁଶାନ୍ତ ପଣ୍ଡା, ତରୁଣ କୁମାର ମିଶ୍ର, ପୀତବାସ ପଣ୍ଡା, ବନମାଳୀ ନନ୍ଦ, ଆର୍ତ୍ତବନ୍ଧୁ ମିଶ୍ର , ସିଦ୍ଧେଶ୍ବର ପାଣିଗ୍ରାହୀ, କୃପାସିନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ।
ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ମହା ସଚିବ ବିଦୁଷୀ ଶ୍ରଦ୍ଧା ଷଡଙ୍ଗୀ ଏହି ଉତ୍ସବରେ ଯୋଗଦେଇ ସମସ୍ତ ବଟୁ ଏବଂ ବ୍ରାହ୍ମଣ ମହାସଭାର ସଦସ୍ଯବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ସ୍ଵହସ୍ତରେ ପୂର୍ବତନ ସଭାପତି ଗୋପବନ୍ଧୁ ପୁରୋହିତ ଏବଂ ଭୂତପୂର୍ବ ସଂପାଦକ ରଘୁନାଥ ମିଶ୍ରଙ୍କୁ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବରେ ବିଧାୟକ ବଲାଙ୍ଗିର କଳିକେଶ ନାରାୟଣ ସିଂହଦେଓ, ଗୋପାଳ ଜୀ ପାଣିଗ୍ରାହୀ, ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଶରତ ଚନ୍ଦ୍ର ପଟ୍ଟନାୟକ, ନବୀନ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ଥିଲେ।
ବ୍ରତୋପନୟନ ଉତ୍ସବ ଶେଷରେ ପଣ୍ଡିତମାନଙ୍କ ଉଦ୍ଦାତ୍ତ ମନ୍ତ୍ରୋଚ୍ଚାରଣ ମଧ୍ଯରେ ନବ ବଟୁ କୁମାରମାନଙ୍କ ଶୋଭାଯାତ୍ରା ଏକ ଅନନ୍ଯ ଶୋଭା ପ୍ରଦର୍ଶନ କରିଥିଲା। ଭଗବାନ ଶ୍ରୀଶ୍ରୀ ନୃସିଂହଙ୍କ ଆଳରେ ବଟୁମାନଙ୍କୁ ମହାସଭାର ଉପଦେଷ୍ଟାବୃନ୍ଦ ପ୍ରମାଣ ପତ୍ର ପ୍ରଦାନ ଉପରାନ୍ତ ଉପସ୍ଥିତ ସମସ୍ତଙ୍କ ପ୍ରସାଦ ସେବନ ପରେ ଉତ୍ସବର ପରିସମାପ୍ତି ଘୋଷିତ ହୋଇଥିଲା। ଏ ଉତ୍ସବର ସଫଳ ରୂପାୟନ ନିମିତ୍ତ ସହଯୋଗର ହାତ ବଢାଇଥିବା ପରୋପକାରୀ ବଦାନ୍ଯ ବ୍ଯକ୍ତିମାନଙ୍କୁ ମହାସଭା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
କାର୍ଯ୍ଯକ୍ରମର ପରିଚାଳନାରେ ସର୍ବଶ୍ରୀ ଗୋପବନ୍ଧୁ ପୁରୋହିତ, କେଶବ ମିଶ୍ର, ବିଶ୍ବନାଥ ମିଶ୍ର, କବିରାଜ ହୋତା, ପଞ୍ଚାନନ ବେଦବାକ, ଜୟ ବିହାରୀ ବେଦବାକ, ଜଗନ୍ନାଥ ଷଡଙ୍ଗୀ, ପ୍ରଭୁଦତ୍ତ ଶତପଥୀ , ସଂକୀର୍ତ୍ତନ ତ୍ରିପାଠୀ, କାଳୀପ୍ରସାଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ