ଶେଷ ହେଲା ଯୁକ୍ତ ୨ ପରୀକ୍ଷା , ଏପ୍ରିଲ ୨ରୁ ଖାତା ଦେଖା
ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଶନିବାର ଶେଷ ହୋଇଛି। ଯୁକ୍ତ ୨ ର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ ଫର୍ମ ଫିଲ୍ ଅଫ୍ କରିଥିଲେ । ପରୀକ୍ଷାରେ ୫୦୩୧ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୩ ଲକ୍ଷ ୯୬ ହ
chse


ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଶନିବାର ଶେଷ ହୋଇଛି। ଯୁକ୍ତ ୨ ର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ ଫର୍ମ ଫିଲ୍ ଅଫ୍ କରିଥିଲେ । ପରୀକ୍ଷାରେ ୫୦୩୧ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅନ୍ୟପକ୍ଷରେ ଏପ୍ରିଲ ୨ ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ। ୨ ଟି ପର୍ଯ୍ୟାୟରେ ମୂଲ୍ୟାଙ୍କନ ସରିବ। ଏପ୍ରିଲ ୨ ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରେ ୧୫ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ଖାତା ଦେଖା ସରିବ। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ସିଏଚଏସଇ ପ୍ରସ୍ତୁତି କରୁଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

ସୂଚନାଯୋଗ୍ୟ ଯେ ଫେବୃୟାରୀ ୧୮ ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ରେ ଶେଷ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande