ଲିଭ୍-ଇନ୍ ସମ୍ପର୍କ ସମାଜ ବିରୁଦ୍ଧରେ ଏକ ଭୟଙ୍କର ପ୍ରବୃତି, କଠୋର ଆଇନ ପ୍ରଣୟନ କରାଯିବା ଉଚିତ : ଶାନ୍ତା କୁମାର
ସିମଲା, ୨୮ ମାର୍ଚ୍ଚ (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାନ୍ତା କୁମାର ଲିଭ୍-ଇନ୍ ସମ୍ପର୍କକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତି, ଲିଭ୍-ଇନ୍ ସମ୍ପର୍କକୁ ଆଇନଗତ ଭାବରେ ମାନ୍ୟତା ଦେବା ସହିତ ସେମାନଙ୍କ ବିରୁଦ୍ଧରେ
ଲିଭ୍-ଇନ୍ ସମ୍ପର୍କ ସମାଜ ବିରୁଦ୍ଧରେ ଏକ ଭୟଙ୍କର ପ୍ରବୃତି, କଠୋର ଆଇନ ପ୍ରଣୟନ କରାଯିବା ଉଚିତ : ଶାନ୍ତା କୁମାର


ସିମଲା, ୨୮ ମାର୍ଚ୍ଚ (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାନ୍ତା କୁମାର ଲିଭ୍-ଇନ୍ ସମ୍ପର୍କକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତି, ଲିଭ୍-ଇନ୍ ସମ୍ପର୍କକୁ ଆଇନଗତ ଭାବରେ ମାନ୍ୟତା ଦେବା ସହିତ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି କହିଛି, ଯାହା ଚିନ୍ତାଜନକ ।

ଶନିବାର ଏକ ବିବୃତିରେ ଶାନ୍ତା କୁମାର କହିଛନ୍ତି ଯେ ଲିଭ୍-ଇନ୍ ସମ୍ପର୍କ ଏକ ସଭ୍ୟ ସମାଜରେ କେବଳ ଅନୁପଯୁକ୍ତ ନୁହେଁ, ବରଂ ସାମାଜିକ ମୂଲ୍ୟବୋଧ ବିରୁଦ୍ଧରେ ଏକ ଗମ୍ଭୀର ପ୍ରବୃତି ଅଟେ । ସେ ଏହାକୁ ସମାଜ ପାଇଁ କ୍ଷତିକାରକ ବୋଲି କହିବା ସହିତ କହିଛନ୍ତି ଯେ, ଏପରି ସମ୍ପର୍କ ପରିବାର ବ୍ୟବସ୍ଥାକୁ ଦୁର୍ବଳ କରିଥାଏ ।

ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ, ଯେତେବେଳେ ଜଣେ ପୁରୁଷ, ପରିବାର ଏବଂ ପିଲା ଥିବା ସତ୍ୱେ, ବିବାହ ପରେ ଅନ୍ୟ ଜଣେ ମହିଳାଙ୍କ ସହିତ ପୃଥକ୍ ଭାବରେ ରହିବା ଆରମ୍ଭ କରନ୍ତି, ଏହା କେବଳ ପରିବାର ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ଏକ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରେ । ଏପରି ମାମଲା ପିଲାମାନଙ୍କ ଉପରେ ମଧ୍ୟ ନକାରାତ୍ମକ ମାନସିକ ପ୍ରଭାବ ପକାଇଥାଏ ଏବଂ ଅନେକ ପରିବାର ପତନର ଦ୍ୱାରଦେଶରେ ପହଂଚିଥାଏ ।

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏପରି ଘଟଣା ସମାଜରେ ନକାରାତ୍ମକ ମୂଲ୍ୟବୋଧ ବିସ୍ତାର କରେ ଏବଂ ସାମାଜିକ ଢାଂଚାକୁ କ୍ଷତି ପହଂଚାଇଥାଏ । ସେ ସମାଜ ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରିବାକୁ ଏବଂ ଏପରି ପ୍ରବୃତିକୁ ରୋକିବା ପାଇଁ ଯଥାଶୀଘ୍ର କଠୋର ଆଇନ ପ୍ରଣୟନ କରିବାକୁ ନିବେଦନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande