
ନୂଆଦିଲ୍ଲୀ, ୨୮ ମାର୍ଚ୍ଚ (ହି.ସ.) - ଶନିବାର ଦିନ ଦୁଇ ପୂର୍ବନ ବିଧାୟକଙ୍କ ସମେତ ଛଅ ଜଣ ନେତା କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଦଳରେ ଯୋଗ ଦେଇôବା ଲୋକଙ୍କ ମଧ୍ୟରେ ରାଜ କୁମାର ଥୁକରାଲ (ରୁଦ୍ରପୁରରୁ ଦୁଇଥର ବିଧାୟକ), ନାରାୟଣ ପାଲ (ଦୁଇ ଥର ବିଧାୟକ), ଭୀମଲାଲ ଆର୍ଯ୍ୟ (ଘନସାଲିର ପୂର୍ବତନ ବିଧାୟକ), ଗୌରବ ଗୋୟଲ (ରୁରକିର ପୂର୍ବତନ ମେୟର), ଅନୁଜ ଗୁପ୍ତା (ମସୁରୀର ପୂର୍ବତନ ଅଧ୍ୟକ୍ଷ) ଏବଂ ଲଖନ ସଂହ ନେଗି ଅନ୍ତର୍ଭୁକ୍ତ । ଏହି ସମସ୍ତ ନେତାଙ୍କୁ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ କଂଗ୍ରେସ ମହାସଚିବ କୁମାରୀ ସେଲଜା, ଆଇସିସି ମହାସଚିବ ଗୁରଦୀପ ସିଂହ ସପଲ ଏବଂ ଉତରାଖଣ୍ଡ କଂଗ୍ରେସ ସଭାପତି ଗଣେଶ ଗୋଡ଼ିଆଲ ଦଳରେ ସାମିଲ କରିଥିଲେ । ସେଲଜା କହିଛନ୍ତି ଯେ, ଉତରାଖଣ୍ଡରେ ବିଜେପି ସରକାରଙ୍କ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଦୁର୍ନୀତିର ଅନେକ ମାମଲା ସାମନାକୁ ଆସିଛି, ଯାହାକୁ କଂଗ୍ରେସ ନେତା ଏବଂ କର୍ମୀମାନେ ସମୟ ସମୟରେ ପ୍ରକାଶ କରିଛନ୍ତି । ସାମ୍ପ୍ରତିକ ପ୍ରତିବାଦ ଗୁଡ଼ିକୁ ଜନସାଧାରଣ ସମର୍ଥନ ମିଳିଛି ଏବଂ ସରକାର ଚାପରେ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ତାଙ୍କ ଭାବମୂର୍ତିକୁ ସୁଧାରିବା ପାଇଁ ପ୍ରୟାସ କରାଯାଇଥିଲା, କିନ୍ତୁ ପ୍ରକୃତ ପରିସ୍ଥିତି ଏବେ ଜନସାଧାରଣଙ୍କ ସାମ୍?ନାରେ । ରାଜ୍ୟରେ କଂଗ୍ରେସ ପ୍ରତି ବିଶ୍ୱାସ ବଢ଼ୁଛି ଏବଂ ଏହାର ଫଳାଫଳ ଭବିଷ୍ୟତରେ ଦୃଶ୍ୟମାନ ହେବ । ଗଣେଶ ଗୋଡ଼ିଆଲ କହିଛନ୍ତି ଯେ, ଉତରାଖଣ୍ଡର ଲୋକମାନେ କଂଗ୍ରେସ ଆଡ଼କୁ ଆଶାର ସହିତ ଦେଖୁଛନ୍ତି ଏବଂ ବହୁ ସଂଖ୍ୟକ ଲୋକ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି । ନୂତନ ସହକର୍ମୀଙ୍କୁ ସ୍ୱାଗତ କରିବା ସହିତ ସେ କହିଥିଲେ ଯେ, ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି । ଗୋଡ଼ିଆଲ କହିଛନ୍ତି ଯେ, ସମସ୍ତ କର୍ମୀ କଂଗ୍ରେସର ବିଚାରଧାରାକୁ ଆଗକୁ ବଢ଼ାଇବା ପାଇଁ କାମ କରିବେ ଏବଂ ୨୦୨୭ ମସିହାରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ