
ଜୟପୁର,୩୦ ମାର୍ଚ୍ଚ(ହି.ସ.) – ଜୟପୁର ବ୍ଲକ ରାଣ୍ଡାପାଲ୍ଲି ଠାରେ ଥିବା ସରକାରୀ ପଲିଟେକ୍ନିକ କଲେଜ ଠାରୁ ଜାତୀୟ ରାଜପଥ ଯାଏ ବିଦ୍ୟୁତ କରଣ କରିବାକୁ ଦାବି ହୋଇଛି। ଏନେଇ ଜୟପୁର ବିଡିଓ ଶକ୍ତି ମହାପାତ୍ରଙ୍କୁ ଆଜି ସମାଜସେବି ବି ହରିରାଓ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ବ୍ଲକ ରାଣ୍ଡାପାଲ୍ଲି ଠାରେ ଥିବା ସରକାରୀ ପଲିଟେକ୍ନିକ କଲେଜରେ ସାରା ରାଜ୍ୟର ଅନେକ ଜିଲ୍ଲାରୁ ଏଠାରେ ପାଠ ପଢ଼ୁଛନ୍ତି। କଲେଜ ଠାରୁ ବିଜେ ୨ ଛକ ଦେଇ ଜାତୀୟ ରାଜ ପଥ ଯାଏ ଆଲୋକର ସୁବ୍ୟବସ୍ଥା ନାହିଁ। କଲେଜ ଛୁଟି ହୋଇ ଫେରିବାବେଳକୁ ପ୍ରାୟ ସଂନ୍ଧ୍ୟା ହେଉଛି। ତେଣୁ ଏହି ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା ଆବଶ୍ୟକତା ହୋଇଛି। ଏହି ଗୁରୁତର ସହ ଦାବି ଖୁବ୍ଶୀଘ୍ର ପୁରଣ ହେବ ବୋଲି ବିଡିଓ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି