ଧାନ ବିକ୍ରିରୁ ବଂଚିତ ହୋଇ ଜିଲ୍ଲାପାଳଙ୍କ ଅଫିସରେ ବିଷ ବୋତଲ ଧରି ଚାଷୀଙ୍କ ଧାରଣା
ଭଦ୍ରକ, ୩୦ ମାର୍ଚ୍ଚ (ହି.ସ.) - ପ୍ରଶାସନ ହାତରେ ଖରିଫ ଧାନ ସଂଗ୍ରହ ଆଉ ଗୋଟିଏ ଦିନ ରହିଲା । ଧାନକିଣା କାରବାରରେ ପ୍ରଶାସନିକ ଅବ୍ୟବସ୍ଥା ଓ ପାତର ଅନ୍ତର ନୀତିକୁ ନେଇ ଜିଲ୍ଲାରେ ଅଶାନ୍ତି ଲାଗି ରହିଛି । ଚାଷୀଙ୍କ ଧାରଣା, ବିକ୍ଷୋଭ ଓ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବା ପରେ ଆଜି ଜିଲ୍ଳାପାଳଙ୍
CHASINKA DHARANA IN FORNT OF COLLECTOR OFFICE-1


ଭଦ୍ରକ, ୩୦ ମାର୍ଚ୍ଚ (ହି.ସ.) - ପ୍ରଶାସନ ହାତରେ ଖରିଫ ଧାନ ସଂଗ୍ରହ ଆଉ ଗୋଟିଏ ଦିନ ରହିଲା । ଧାନକିଣା କାରବାରରେ ପ୍ରଶାସନିକ ଅବ୍ୟବସ୍ଥା ଓ ପାତର ଅନ୍ତର ନୀତିକୁ ନେଇ ଜିଲ୍ଲାରେ ଅଶାନ୍ତି ଲାଗି ରହିଛି । ଚାଷୀଙ୍କ ଧାରଣା, ବିକ୍ଷୋଭ ଓ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବା ପରେ ଆଜି ଜିଲ୍ଳାପାଳଙ୍କ ଅଫିସ ଆଗରେ ଚାଷୀମାନେ ବିଷ ବୋତଲ ଧରି ଧାରଣା ଦେବା ସହ ଆତ୍ମହତ୍ୟାର ଧମକ ଦେଇଛନ୍ତି । ବାସୁଦେବପୁର ବ୍ଲକ ନାୟକାଣିଡିହି ସେବା ସମବାୟ ସମିତି ସହ ଅନ୍ୟ ୪ଟି ସମବାୟ ସମିତିସ ର ସଭାପତି ଓ ନିର୍ଦ୍ଦେଶକଙ୍କ ସହ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଷ ବୋତଲ ଧରି ପ୍ରଶାସନକୁ ଚେତାବନୀ ଦେବା ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ଅସନ୍ତୁଷ୍ଟ ଚାଷୀମାନଙ୍କ ଅଭିଯୋଗ ହେଲା, ରାତି ପାହିଲେ ଧାନକିଣା ଶେଷ ହେବ । ନାୟକାଣିଡିଡି ସୋସାଇଟି ସମେତ ବିଦେଇପୁର, ବିରସ, ବାଲିମେଦ(ସର୍ବମଙ୍ଗଳା) ଓ ମାଟିପକା ୫ଟି ସମବାୟ ସମିତିର ଚାଷୀମାନେ ଧାରଣାରେ ସାମିଲ ହେଲା । ଏମାନଙ୍କ ଅଭିଯୋଗ ହେଲା, ଏହି ସୋସାଇଟି ମାନଙ୍କରେ ୧୯୯ଟି ଟୋକନରେ ୫ହାଜର ୮୯୦କ୍ୱିଟାଂଲ ଧାନ କିଣା ଯିବା କଥା । ତେବେ ସମିତି ଗୁଡିକ ଧାନ ନେଉନାହାନ୍ତି । ଫଳରେ ମଣ୍ଡିରେ ଓ ଚାଷୀମାନଙ୍କ ଘରେ ହଜାର ହଜାର ବସ୍ତା ଧାନ ପଡି ରହିଛି । କାଳବୈଶାଖୀ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନ ଗଜା ହେଲାଣି । ଧାନ ବିକ୍ରି ହୋଇପାରୁନଥିବାରୁ ବାଧ୍ୟ ହୋଇ ଆତ୍ମହତ୍ୟା ର ପନ୍ଥା ଆପଣା ନେଥିବା ଚାଷୀମାନେ କହିଛନ୍ତି । ଆଉ କେତେକ ଅଭିଯୋଗ କରିଛନ୍ତି ଯେ, ଟୋକନ ଲାପ୍ସ ହୋଇଥିବାରୁ ବହୁ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନାହିଁ । ଏଣୁ ଚାଷୀମାନେ ଦାବି କରିଛନ୍ତି ଯେ, ୬ ଓ ୭ତାରିଖରେ ଲାପ୍ସ୍ ହୋଇଥିବା ଟୋକନର ଅବଧି ବଢାଇବା ଲାଗି ଦାବି କରିଛନ୍ତି । ଚାଷୀଙ୍କ ଏଭଳି ଆନ୍ଦୋଳନ ବେଳେ ଉପସ୍ଥିତ ଅତିରିକ୍ତ ଜିଲାପାଳ ସରୋଜ ଦତ ଓ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ଟ୍ୟାଗିଂ ହୋଇଥିବା ସିମ୍ବଲ ମିଲର ଜରିଆରେ ୮୦ପ୍ରତିଶତ ଧାନ ଉଠାଯାଇଥିବା ଘୋଷଣା କରିବା ସହ ଲାପ୍ସ୍ ଟୋକନ ଅବଧି ବଢାଇବାକୁ ପ୍ରତିଶୃତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଏହି ଆନ୍ଦୋଳନରେ ନାୟକାଣିଡିହି ସମିତି ସଭାପତି ବିଭୁସୁନ୍ଦର ସେଠୀ, ନିର୍ଦ୍ଦେଶକ-ଜଗବନ୍ଧୁ ଖିଲାର ଓ ଅମିୟ କୁମାର ଜେନା, ଚାଷୀ-ଅମୀୟରଂଜନ ଜେନା, ଶରତ କୁମାର ଖିଲାର, ପ୍ରକାଶ ନାୟକ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande