ମାସାନ୍ତ ରବିବାସରୀୟ ସଂଗୀତ ସଂଧ୍ୟା.
ବଲାଙ୍ଗିର, 30 ମାର୍ଚ୍ଚ (ହି.ସ.) ଗତକାଲି ତା 29-03-26 ମାସର ଶେଷ ରବିବାର ଅବସର ରେ ସ୍ଥାନୀୟ ମାଉସି ମନ୍ଦିର ରେ ସ୍ଥିତ ସଂଗୀତ ବିଦ୍ୟାଳୟ ପଞ୍ଚମ ର ନୃତ୍ୟ ବିଭାଗ ମଣ୍ଡପ ରେ ମାସାନ୍ତ ରବିବାସାରୀୟ ସଙ୍ଗୀତ ସଂଧ୍ୟା ଅନୁଷ୍ଠିତ ହୋଇ ଯାଇଛି. ବରିଷ୍ଟ କଣ୍ଠ ଶିଳ୍ପୀ ମୁରଲୀ ଧାରି ପତି ଙ୍କ ପ୍ରାରମ୍
ମାସାନ୍ତ ରବିବାସରୀୟ ସଂଗୀତ ସଂଧ୍ୟା.


ମାସାନ୍ତ ରବିବାସରୀୟ ସଂଗୀତ ସଂଧ୍ୟା.


ମାସାନ୍ତ ରବିବାସରୀୟ ସଂଗୀତ ସଂଧ୍ୟା.


ବଲାଙ୍ଗିର, 30 ମାର୍ଚ୍ଚ (ହି.ସ.) ଗତକାଲି

ତା 29-03-26 ମାସର ଶେଷ ରବିବାର ଅବସର ରେ ସ୍ଥାନୀୟ ମାଉସି ମନ୍ଦିର ରେ ସ୍ଥିତ ସଂଗୀତ ବିଦ୍ୟାଳୟ ପଞ୍ଚମ ର ନୃତ୍ୟ ବିଭାଗ ମଣ୍ଡପ ରେ ମାସାନ୍ତ ରବିବାସାରୀୟ ସଙ୍ଗୀତ ସଂଧ୍ୟା ଅନୁଷ୍ଠିତ ହୋଇ ଯାଇଛି. ବରିଷ୍ଟ କଣ୍ଠ ଶିଳ୍ପୀ ମୁରଲୀ ଧାରି ପତି ଙ୍କ ପ୍ରାରମ୍ଭ ସଙ୍ଗୀତ ପରିବେଷଣ କରିବା ପରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଶ୍ରୟାନସି ଝାଙ୍କର, ସ୍ମୃତି ସଂପୂର୍ଣା ସାହୁ, ସଂକେତ ଥାଟି, ପ୍ରିୟାଂଶ ପଣ୍ଡା, ବବିତା ତ୍ରିପାଠୀ, ବିନାୟକ ମିଶ୍ର,ଆୟୁଷ୍ମାନ ପାଣିଗ୍ରାହୀ, ଶ୍ରୀମତୀ ପୁଷ୍ପାଞ୍ଜଳି ଠାକୁର, ଇଂଜିନିୟର ସଞ୍ଜୟ ମହାନ୍ତି ପ୍ରମୁଖ ଭଜନ ଓ ଜଣାଣ ପରିବେଷଣ କରିଥିଲେ. ବାଦ୍ୟଯନ୍ତ୍ର ରେ ସଂସ୍କାର ସ୍ୱରୂପ ମିଶ୍ର, ଅଂଶୁମାନ ପଣ୍ଡା, ଅଦ୍ୱେତ କୁମାର ସାହୁ,ରୁଦ୍ରାନ୍ସ ବ୍ରହ୍ମ୍ଛା, ସତ୍ଵିକ ହୋତା,ଆୟୁଷ କୁମାର ପ୍ରଧାନ,ଜି. କୁମାର, ପ୍ରଣୀତ ପ୍ରଭୁତି ସହଯୋଗ କରିଥିବା ବେଳେ କାର୍ଯ୍ୟ କ୍ରମ କୁ ସଫଲ ରୂପାୟନ କରିଥିଲେ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, ରାଜକୁମାର ହୋତା ପ୍ରମୁଖ. ଚୈତ୍ର ସନ୍ଧ୍ୟା ର ଏହି ମନୋରମ ପରିବେଶ ରେ ଶ୍ରୋତା ଓ ଅଭିଭାବକ ଯୋଗଦାନ କରି ସଫଲ ହେବାରେ ସହଯୋଗ କରିଥିଲେ.ସୂଚନା ଯୋଗ୍ୟ ଯେ ପ୍ରତେକ ମାସର ଶେଷ ରବିବାର ସଂଧ୍ୟା ରେ ଏହି କାର୍ଯ୍ୟ କ୍ରମ ଆୟୋଜନ କରା ଯାଉଛି.

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande