କୃଷକ କଲ୍ୟାଣ ମଂଚ, କୋରାପୁଟ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର,୩୦ ମାର୍ଚ୍ଚ(ହି.ସ.) – କୃଷକ କଲ୍ୟାଣ ମଂଚ ତରଫରୁ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦନ କରାଯାଇଛି। ମଂଚର ସମ୍ପାଦକ ନରେଦ୍ର ପ୍ରଧାନ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଦାବି ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଚଳିତ ରବି ଋତୁରେ ଦାନ ବିକ୍ରି ସକ
କୃଷକ କଲ୍ୟାଣ ମଂଚ, କୋରାପୁଟ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର,୩୦ ମାର୍ଚ୍ଚ(ହି.ସ.) – କୃଷକ କଲ୍ୟାଣ ମଂଚ ତରଫରୁ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦନ କରାଯାଇଛି। ମଂଚର ସମ୍ପାଦକ ନରେଦ୍ର ପ୍ରଧାନ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଦାବି ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଚଳିତ ରବି ଋତୁରେ ଦାନ ବିକ୍ରି ସକାଶେ ସମୟ ସୀମାର ସ୍ପଷ୍ଟତା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିବରଣୀ ପ୍ରଦାନରେ ବିଳମ୍ବ ଯୋଗୁଁ ବହୁ ଚାଷୀ ପଞ୍ଜିକରଣ କରି ପାରି ନାହାନ୍ତି। ଏଣୁ ପଞ୍ଜିକରଣର ସମୟ ସୀମା ବୃଦ୍ଧି କରାଯାଉ।

ବାରମ୍ବାର ରବି ଓ ଖରିଫରେ ପଞ୍ଜିକରଣ କରାନଯାଇ କେବଳ ଆପଣଙ୍କ ଓ ସଂଶୋଧନ ସ୍ଥଳେ ପଞ୍ଜିକରଣ କରାଯାଉ। ତତ୍‌ସହିତ ବଂଶାନୁକ୍ରମିକ ପ୍ରଥା ଉଚ୍ଛେଦ କରାଯାଉ। ଅଭିଯୋଗ ନଥିବା ସ୍ଥଳେ ଘୋଷଣାନାମା ଦ୍ୱାରା ପଞ୍ଜିକୃତ କରାଯାଉ।

ଆର୍‌.ଏମ୍‌.ସି. ଓ କାର୍ଯ୍ୟକାରୀ ସଂସ୍ଥାର ଦାୟିତ୍ୱ, କର୍ତବ୍ୟ କ’ଣ ପ୍ରତ୍ୟେକ ମଣ୍ଡିରେ ଡିସ୍‌ପ୍ଲେ ସୂଚନା ଫଳକ, ପୋଷ୍ଟର, ବ୍ୟାନର, ବିଜ୍ଞାପନ ମାଧ୍ୟମରେ ତଥା ଚାଷୀଙ୍କୁ ତାଲିମ ଶିବିର କରି ତଥ୍ୟ ପ୍ରଦାନ କରାଯାଉ।

ଏଫ୍‌.ଏ.କ୍ୟୁ.(ସାଧାରଣ ମାନର ଧାନ)ର ସମ୍ପୂର୍ଣ୍ଣ ବିବରଣୀ ଶତାଂଶ ପରିବର୍ତେ କେ.ଜି. ରେ ପରିବର୍ତନ କରି କେତେ ଖରାପ ଧାନ ଥିଲେ ଏଫ୍‌.ଏ.କ୍ୟୁ.ହୋଇ ପାରିବ ବ୍ୟାନର ଦ୍ୱାରା ପ୍ରଦର୍ଶିତ କରାଯିବା ସହିତ ଚାଷୀଙ୍କ ସଂଶୟ ଦୂର କରାଯାଉ।

ମଣ୍ଡିରେ ନିୟୋଜିତ ଅଧିକାରୀଙ୍କ ନାମ, ପଦବୀ, ମୋବାଇଲ୍ ନମ୍ବର, ପ୍ରତ୍ୟେକ ମଣ୍ଡିରେ ପ୍ରଦର୍ଶିତ କରାଯାଉ। ମଣ୍ଡିରେ କେଉଁ କେଉଁ ମିଲରଙ୍କୁ ଧାନ ଉଠାଣ ଓ ମାସ୍ କେତେ ପରିମାଣରେ ଦିଆଯାଇଛି, କେତେ ଧାନ ବର୍ତମାନ ସୁଦ୍ଧା ଉଠାଇଛନ୍ତି ଓ ବଳକା ମାସ୍ କେତେ ରହିଛି ତାରିଖ ଅନୁଯାୟୀ ପ୍ରଦର୍ଶିତ କରାଯାଉ।

ମିଲରଙ୍କ ଦୌରାତ୍ମ୍ୟ ବନ୍ଦ କରାଯାଉ।

ମଣ୍ଡିଗୁଡ଼ିକୁ ସଂପୂର୍ଣ୍ଣ ରୂପେ ଦଲାଲ ମୁକ୍ତ କରାଯିବା ସହିତ ଚାଷୀଙ୍କ ଆୟର ଅଧା ଖାଇ ଆଉଥଇବା ଦଲାଲଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଗତ ଖରିଫ ଓ ରବି ମଣ୍ଡିରେ ଡି.ଏଲ୍‌.ପି.ସି. ବୈଠକ ନିଷ୍ପତି ଓ ନୀତି ନିର୍ଦ୍ଧାରଣ ଅନୁସାରେ ଖାଲି ଅଖା ବାବଦକୁ ଅର୍ଥ(ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ) ଚାଷୀଙ୍କୁ ତୁରନ୍ତ ପ୍ରଦାନ କରାଯାଉ ଓ ମଣ୍ଡିରେ ସମସ୍ତ ହ୍ୟାଣ୍ଡଲି କାର୍ଯ୍ୟ ଚାଷୀ କରିଥିବାରୁ ଉକ୍ତ ଅର୍ଥ ରେଡକ୍ରସକୁ ପ୍ରଦାନ କରାଯାଉ।

ଜିଲ୍ଲାରେ ସୋଲାର୍ ପ୍ରକଳ୍ପ, ଚୀରସ୍ରୋତ ଏମ୍‌ଆଇପିସିଆଇପିଡବ୍ଲ୍ୟୁଏଚ୍‌ଏସ୍‌, ଓପେନ ୱେଲଲ ଓ ପୋଖରୀ ଦ୍ୱାରା ଚାଷ ହେଉଥିବା ଧାନ ଜମିର ପଞ୍ଜିକରଣ ସୁଯୋଗ ଦିଆଯାଉ।

ଆର୍‌.ଏମ୍‌.ସି. ଓ କ୍ରୟକାରୀ ସଂସ୍ଥା ନିଜର ଦାୟିତ୍ୱ କିପରି ତୁଲାଇବେ ପ୍ରଶାସନ ଗୁରୁତ୍ୱ ଦିଅନ୍ତୁ।

ଜିଲ୍ଲାରେ ଥିବା ସମସ୍ତ ବଡ଼ ଓ ଛୋଟ ନଦୀମାନଙ୍କରେ ଖରାଦିନେ କିପରି ଜଳ ସଂରକ୍ଷଣ କରି କୃଷି, ପାନୀୟ ଜଳ ସକାଶେ ବ୍ୟବହୃତ ହୋଇ ପାରିବ ସେଥିସକାଶେ ଜଳ ସମ୍ପଦ ବିଭାଗ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି କାର୍ଯ୍ୟକାରିତା କରନ୍ତୁ।

ଆଗାମୀ ଡି.ଏଲ୍‌.ପି.ସି. ବୈଠକରେ ଚାଷୀଙ୍କୁ ଭାଗ ନେବାର ସୁଯୋଗ ଦିଆଯାଉ।

ଖରିଫ ଋତୁ ପୂର୍ବରୁ ସମସ୍ତ ଲ୍ୟାମ୍ପରେ ସାର ମହଜୁଦ ରଖାଯାଉ। ତତ୍ ସହିତ କୋଲାବ କେନାଲର ପାଣି ବର୍ତମାନ ବହୁ ଜମିକୁ ପାଣି ମାଡି ନପାରିବାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହାର ପ୍ରତିକାର କରାଯାଉ। ବୋଲି କୃଷକ କଲ୍ୟାଣ ମଂଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande