
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଯୋଗାଣ
ମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରି ଟୋକନ ଅବଧି 7 ଦିନ ବୃଦ୍ଧି କରିବାକୁ ଦାବି କରିଛି ବିଜେଡି ।
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ,ଉପକୂଳ ଜିଲ୍ଲାରୁ ଧାନ ଉଠି ପାରୁନି । ଧନ୍ୟବାଦ ସେ ଦୁଇ ଦିନ ବୃଦ୍ଧି
କଲେ । ହେଲେ ଦୁଇ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଉଠିନି । ଦୁଇ ଦିନରେ କେମିତି ଉଠିବ ଧାନ? ଟୋକନ ଅବଧି 7 ଦିନ ବଢ଼ାଯାଉ । ସରକାର ଏହାକୁ
ଗ୍ରହଣ କରିବେ ବୋଲି ଆଶା କରିଛନ୍ତି ସାରଦା ଜେନା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା