
ଜୟପୁର, ୩୦ ମାର୍ଚ୍ଚ (ହି.ସ.)- ରକ୍ତ ଦେଇ ଜୀବନ ବଞ୍ଚେଇବା ଆମର ସାମାଜିକ ଦାୟିତ୍ୱ । ଯୁବ ରେଡକ୍ରସ ରୟାଲ ଡ଼ିଗ୍ରୀ କଲେଜ
ଆନୁକୁଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଅନୁଷ୍ଠାନର ମୁଖ୍ୟ ଅଜିତ କୁମାର ପାତ୍ର ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷ ହରିହର ଭଟ୍ଟ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ରକ୍ତ ସଂଗ୍ରହକାରି ଦଳଙ୍କ ତତ୍ବାବଧାନରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବି ଗଙ୍ଗାଧର, ଗୀତା ପରିଡା, ଅଜିତ୍ କୁମାର ଗୈ।ଡ, ରବିନ୍ଦ୍ର କୁମାର ମିଶ୍ରଙ୍କ ସମେତ ଓଡ଼ିଶା ରକ୍ତଦାତା ମହାସଂଘର ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ସ୍ବେଚ୍ଛାସେବୀ ମାନଙ୍କ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା।
ଶ୍ରୀ ଭଟ୍ଟଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଆଶିଷ କୁମାର ପଣ୍ଡା, ପ୍ରତୀକ୍ଷା ମିଶ୍ର, ସୁଧୀର ପଣ୍ଡା , ସନ୍ତୋଷ ମାଦଳା, ଶ୍ଵେତା ପ୍ରହରାଜ, ସ୍ମରଣିକା ମିଶ୍ର ଓ ଏ ସୌଜନ୍ୟଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ରକ୍ତଦାନ ଅଭିପ୍ରେରକ ତଥା ଜିଲ୍ଲା ଯୁବ ରେଡକ୍ରସ ସଂଯୋଜାକ ଡଃ. ନରେଶ ଚନ୍ଦ୍ର ସାହୁ ରୟାଲ୍ ମହାବିଦ୍ୟାଳୟର ଏହି କାର୍ଯ୍ୟର ଭୂୟସି ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି