ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା : ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୬.୬ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୩୦ ମାର୍ଚ୍ଚ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୬.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ହାଟଡିହିରେ ୨.୧ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୨.୦ ମି.ମି., ଯାଜପୁର
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା : ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୬.୬ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୩୦ ମାର୍ଚ୍ଚ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୬.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ହାଟଡିହିରେ ୨.୧ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୨.୦ ମି.ମି., ଯାଜପୁର ଜିଲ୍ଲାର କୋରେଇରେ ୧.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁର(ପିଟିଓ)ରେ ୧.୦ ମି.ମି., କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାରେ ୦.୮ ମି.ମି. ଏବଂ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୦.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande