
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ରାଜ୍ୟରେ ଭୋଟର
ତାଲିକା ସଂଶୋଧନରେ ବାଦ ପଡିଛନ୍ତି 7 ଲକ୍ଷ 68 ହଜାର 521 ଭୋଟର । ଭୋଟର ଜାଲିଆତିର ବଡ଼ ଖୁଲାସା
କରିଛନ୍ତି ନିର୍ବାଚନ ଅଧିକାରୀ ।
ଏକାଧିକ ସ୍ଥାନରେ ଭୋଟ ପରିଚୟ
ପତ୍ର ରଖିଥିଲେ ଏକ ଲକ୍ଷ 55 ହଜାର 318 ବ୍ୟକ୍ତି । ସଂଶୋଧନ ପ୍ରକ୍ରିୟାରେ ବାଦ ଦିଆଯାଇ ଭୋଟର
ଲିଷ୍ଟକୁ କରାଯାଇଛି ସ୍ଵଚ୍ଛ କରାଯାଇଛି ।
ଗତବର୍ଷ ୬ ତାରିଖରୁ ଚଳିତ
ବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ 2 ଲକ୍ଷ 3 ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୦୮ ହଜାର ୧୩୨ ଭୋଟର
ଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ ପଡିଛନ୍ତି । ଏହି ସମୟ ମଧ୍ୟରେ ନୂତନ ଭାବେ
ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି ।
ସର୍ବାଧିକ ବାଦ ପଡିଥିବା
ଜିଲ୍ଲା ହେଉଛି ସୁନ୍ଦରଗଡ଼ । ସୁନ୍ଦରରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମ
ଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ ପଡ଼ିଛନ୍ତି ।
ଆଠଗଡ ବିଧାୟକ ରଣେନ୍ଦ୍ର
ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା