ଇରାନୀ ଯୁଦ୍ଧତୋପକୁ ଶ୍ରୀଲଙ୍କାରେ ଟାର୍ଗେଟ, 87 ନୌସୈନିକ ନିହତ, ଖାମନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସ୍ଥଗିତ
ତେହରାନ/ତେଲ ଅଭିବ/ୱାଶିଂଟନ/କଲମ୍ବୋ/ଦୋହା, 05 ମାର୍ଚ୍ଚ (ହି.ସ.)- ଇରାନଉପରେ ଆମେରିକାଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ (ମିଡିଲ ଇଷ୍ଟ) ଯୁଦ୍ଧଭୂମିରେ ପରିଣତ ହୋଇଛି। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମନେଇଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୃତ
ଇରାନୀ ଯୁଦ୍ଧତୋପକୁ ଶ୍ରୀଲଙ୍କାରେ ଟାର୍ଗେଟ, 87 ନୌସୈନିକ     ନିହତ, ଖାମନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସ୍ଥଗିତ


ତେହରାନ/ତେଲ ଅଭିବ/ୱାଶିଂଟନ/କଲମ୍ବୋ/ଦୋହା, 05 ମାର୍ଚ୍ଚ (ହି.ସ.)- ଇରାନଉପରେ ଆମେରିକାଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ (ମିଡିଲ ଇଷ୍ଟ)

ଯୁଦ୍ଧଭୂମିରେ ପରିଣତ ହୋଇଛି। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମନେଇଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଇରାନର ପରିସ୍ଥିତି ଏତେ

ଜଟିଳ ହୋଇପଡ଼ିଛି ଯେ ଖାମେନେଇଙ୍କୁ ସମାଧି ଦେବା ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ

ସ୍ଥଗିତ କରାଯାଇଛି।

ଆମେରିକା-ଇଜରାଇଲ ଏବଂ ଇରାନର ଆକ୍ରମକ ଭାବରୁ ଉଦ୍ଭବିତ

ଯୁଦ୍ଧର ଆଗ୍ନେୟ ଲହରୀରେ ବ୍ୟାପକ ଧ୍ୱଂସ ସୃଷ୍ଟି ହୋଇଛି। ଇରାନର ଗୋଟିଏ ଯୁଦ୍ଧଜାହାଜକୁ ଲକ୍ଷ୍ୟ

କରି ଶ୍ରୀଲଙ୍କାନିକଟରେ ଡୁବାଇ ଦିଆଯାଇଛି। ଏହି ଘଟଣାରେ ୮୭ ଜଣ ଇରାନୀ ନୌସେନା ସଦସ୍ୟଙ୍କର ମୃତ୍ୟୁ

ଘଟିଛି। ସାମରିକ ସଂଘର୍ଷରେ ଜଡିତ ଦେଶମାନେ ପରସ୍ପରକୁ ଧମକ ଦେବା ଜାରି ରଖିଛନ୍ତି।

ପ୍ରମୁଖ ସମ୍ବାଦ ଗଣମାଧ୍ୟମର ରିପୋର୍ଟରେ ଏହି ଘଟଣାକୁ

ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହାର ସାରକଥା ହେଉଛି ଯେ, ଏହି ଯୁଦ୍ଧ ଦୀର୍ଘ ସମୟ ଯାଏଁ

ଚାଲିପାରେ।

ଇରାନ ଚେତାବନୀ ଦେଇଛି ଯେ, ଯଦି ଇଜରାଇଲ ଓ ଆମେରିକା

ଇସ୍ଲାମିକ ରିପବ୍ଲିକ ଉପରେ ଆକ୍ରମଣ ଜାରି ରଖିବେ, ତେବେ ସେମାନେ ଡିମୋନା ପରମାଣୁ

କେନ୍ଦ୍ରକୁ ଲକ୍ଷ୍ୟ କରିବେ। ଅନ୍ୟପଟେ ଇରାନୀ ବ୍ୟାଲିଷ୍ଟିକ ମିସାଇଲ ମାଡ଼ ହେବାରୁ ମଧ୍ୟ ଇସ୍ରାଇଲରେ

ସାରା ରାତି ଧରି ଆଲାର୍ମ ସାଇରନ ବାଜୁଥିଲା।

ଇସ୍ରାଏଲ ଡିଫେନ୍ସ ଫୋର୍ସ ଲୋକମାନଙ୍କୁ ତୁରନ୍ତ ଅଞ୍ଚଳ

ଖାଲି କରିବା ପାଇଁ ସତର୍କତା ଜାରି କରିଛି। ଏହାପରେ ଆଇଡିଏଫ ବୈରୁଟରେ ଥିବା ହିଜବୁଲାର ଦୁର୍ଗ

ଉପରେ ଆକ୍ରମଣ କରିଛି।

.....

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande