
ୱାଶିଂଟନ, 05 ମାର୍ଚ୍ଚ (ହି.ସ.)- ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହିନ୍ଦୁ
ପର୍ବ ହୋଲିଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ବାର୍ତ୍ତା
ହ୍ୱାଇଟ ହାଉସ ପକ୍ଷରୁ ଜାରି କରାଯାଇଛି। ସେ ଆମେରିକାବାସୀଙ୍କୁ ଶୁଭେଚ୍ଛା ଜଣାଇ ସହିତ ଶାନ୍ତି
ପାଇଁ ଆଶା ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି – ମେଲାନିଆ ଟ୍ରମ୍ପ ଏବଂ ମୁଁ ହୋଲିର ହିନ୍ଦୁ
ପର୍ବ ପାଳନ କରୁଥିବା ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ପଠାଉଛୁ। ଏହି ଦିନଟି ବସନ୍ତ ଋତୁର
ଆଗମନକୁ ସ୍ୱାଗତ କରିବା ଓ ଅସତ୍ୟ ଉପରେ ସତ୍ୟର ବିଜୟକୁ ଉତ୍ସବ ଭାବେ ପାଳନ କରାଯାଏ। ଆଜି ସାରା
ପୃଥିବୀର ଲୋକମାନେ ଏହି ରଙ୍ଗର ପର୍ବକୁ ମନାଇବା ପାଇଁ ଏକତ୍ର ହେଉଥିବା ବେଳେ, ମୁଁ ହୋଲି ପାଳନ କରୁଥିବା
ସମସ୍ତ ଆମେରିକୀୟଙ୍କୁ ଆଶା, ଶାନ୍ତି ଓ ଏକତାରେ ଭରିଥିବା ଦିନର ଶୁଭେଚ୍ଛା ଜଣାଉଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା