ଲେବାନନ ଓ ନିକଟ ଦେଶଗୁଡିକରେ ଆକ୍ରମଣ ଜାରି, ମଧ୍ୟବେରୁତରେ 4ଜଣଙ୍କ ମୃତ୍ୟୁ, କୁଏତରେ ଡ୍ରୋନ ମାଡ
ବେରୁତ, 08 ମାର୍ଚ୍ଚ (ହି.ସ.)- ଇସ୍ରାଇଲ୍ର ଲେବାନନ ଉପରେ ଆକ୍ରମଣ ଜାରି ରହିଛି। ଇରାନ କ୍ଷମା ମାଗିବା ସତ୍ତ୍ୱେ ମଧ୍ୟ ଫାରସ ଉପସାଗରୀୟ ଦେଶଗୁଡ଼ିକ ଉପରେ ବୋମାମାଡ କରିଛି। ଲେବାନନରେ ଚାରି ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। କୁଏତରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ
ଆକ୍ରମଣ


ବେରୁତ, 08 ମାର୍ଚ୍ଚ (ହି.ସ.)- ଇସ୍ରାଇଲ୍ର ଲେବାନନ ଉପରେ ଆକ୍ରମଣ ଜାରି ରହିଛି। ଇରାନ

କ୍ଷମା ମାଗିବା ସତ୍ତ୍ୱେ ମଧ୍ୟ ଫାରସ ଉପସାଗରୀୟ ଦେଶଗୁଡ଼ିକ ଉପରେ ବୋମାମାଡ କରିଛି। ଲେବାନନରେ

ଚାରି ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। କୁଏତରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ

ଆକ୍ରମଣ କରି ଫ୍ୟୁଏଲ୍ ଷ୍ଟୋରେଜ୍କୁ ଲକ୍ଷ୍ୟ କରାଯାଇଛି। ଇସ୍ରାଇଲ୍ର ସମ୍ପ୍ରତିକ ଆକ୍ରମଣ

ମଧ୍ୟ ବେରୁତର ମଧ୍ୟଭାଗରେ ଘଟିଛି।

ସିଏନଏନ୍ର ଖବର ଅନୁସାରେ, ଲେବାନନର ସ୍ୱାସ୍ଥ୍ୟ

ମନ୍ତ୍ରାଳୟ ନିଶ୍ଚିତ କରିଛି ଯେ ସେଣ୍ଟ୍ରାଲ ବେରୁତରେ ଥିବା ରମାଡା ହୋଟେଲ୍ ଭବନର ଏକ

ଆପାର୍ଟମେଣ୍ଟ ଉପରେ ଇଜରାଇଲୀ ଆକ୍ରମଣରେ କମରେ କମ୍ ଚାରି ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଦଶ ଜଣ

ଆହତ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଲେ, ଇସ୍ରାଇଲ୍ ହିଜବୁଲ୍ଲାହ୍ର

ନିୟନ୍ତ୍ରଣ ଥିବା ଦକ୍ଷିଣ ଅଞ୍ଚଳଗୁଡ଼ିକୁ ଛାଡ଼ି ମଧ୍ୟ ବେରୁତର ମଧ୍ୟଭାଗରେ ଆକ୍ରମଣ କରିଛି।

ଇସ୍ରାଇଲ୍ ଡିଫେନ୍ସ ଫୋର୍ସ (ଆଇଡିଏଫ୍) କହିଛି ଯେ

ବେରୁତରେ ସକ୍ରିୟ ଥିବା ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ୍ର କୁଦ୍ସ ଫୋର୍ସର ଲେବାନନ

କର୍ପସ୍ର କିଛି ମୁଖ୍ୟ କମାଣ୍ଡରଙ୍କୁ ଲକ୍ଷ୍ୟ କରି ସଠିକ୍ ଆକ୍ରମଣ କରାଯାଇଛି। ଆକ୍ରମଣ

ପୂର୍ବରୁ ସାଧାରଣ ଲୋକମାନଙ୍କ ହାନି କମ କରିବା ପାଇଁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଏହି ମଧ୍ୟରେ ଫାରସ ଉପସାଗରୀୟ ଦେଶଗୁଡ଼ିକ ରବିବାର ସକାଳେ

ବିମାନ ଆକ୍ରମଣ ଓ ଇଣ୍ଟରସେପ୍ସନ୍ ଘଟିଥିବା ଖବର ଦେଇଛନ୍ତି। କୁୱେତ ସେନା କହିଛି ଯେ ସ୍ଥାନୀୟ

ସମୟ ଅନୁଯାୟୀ ରବିବାର ଇରାନ କୁଏତ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଫ୍ୟୁଏଲ୍ ଷ୍ଟୋରେଜ୍କୁ

ଲକ୍ଷ୍ୟ କରି ଡ୍ରୋନ୍ ଆକ୍ରମଣ କରିଛି। କୁଏତର ଆକାଶରେ ଏହି ଡ୍ରୋନ୍ଗୁଡ଼ିକୁ ଅଟକାଇବା

(ଇଣ୍ଟରସେପ୍ଟ) କରାଯାଉଛି। ଡ୍ରୋନ୍ର ଭଙ୍ଗା ଅଂଶ ପଡ଼ିବାରୁ କିଛି ନାଗରିକ ଢାଞ୍ଚାକୁ କ୍ଷତି

ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande