
ନୂଆଦିଲ୍ଲୀ, 08 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ନାରୀ ଶକ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ରାଷ୍ଟ୍ର
ଗଠନ ଓ ଭାରତର ପ୍ରଗତିରେ ମହିଳାମାନଙ୍କ ବୃଦ୍ଧିଶୀଳ ଭୂମିକା ଏବଂ ସେମାନଙ୍କର ଅଟୁଟ ସଙ୍କଳ୍ପକୁ
ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ
ମହିଳାମାନେ ନିଜର ସୃଜନଶୀଳତା, ଅଦ୍ୱିତୀୟ ଉତ୍ସାହ ଓ ଦୃଢ଼ ସଙ୍କଳ୍ପ ସହିତ ଦେଶର ଭବିଷ୍ୟତକୁ
ଗଢ଼ୁଛନ୍ତି। ମହିଳାମାନଙ୍କ ସଫଳତା କେବଳ ଦେଶ ପାଇଁ ଗର୍ବର କାରଣ ନୁହେଁ, ବରଂ “ବିକଶିତ ଭାରତ”
ଗଢ଼ିବା ପାଇଁ ଆମ ସାମୁହିକ ସଙ୍କଳ୍ପକୁ ଆହୁରି ମଜବୁତ କରୁଛି।
ସେ କହିଛନ୍ତି ଯେ ଗତ ଦଶକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ
ଯୋଜନା ଓ ପ୍ରୟାସମାନଙ୍କର ମୂଳ କେନ୍ଦ୍ରବିନ୍ଦୁ ହେଉଛି ମହିଳା ସଶକ୍ତିକରଣ। ସରକାର ପ୍ରତ୍ୟେକ
ମହିଳାଙ୍କୁ ତାଙ୍କର ପୂର୍ଣ୍ଣ କ୍ଷମତାକୁ ଅନୁଭବ କରିବା ଏବଂ ବିକାଶର ପଥରେ ସମାନ ସୁଯୋଗ ଦେବା
ପାଇଁ ନିରନ୍ତର କାମ କରୁଛି।
ସେ ଆହୁରି କହିଛନ୍ତି ଯେ ଭାରତର ନାରୀ ଶକ୍ତିଙ୍କ ସଫଳତା
ଗର୍ବର ଉତ୍ସ ଓ ରାଷ୍ଟ୍ର ଗଠନରେ ସେମାନଙ୍କର ପରିବର୍ତ୍ତନଶୀଳ ଭୂମିକାର ଏକ ଶକ୍ତିଶାଳୀ ସ୍ମରଣ।
ଭାରତ ଯେପରି ଆଗକୁ ବଢ଼ିବ, ମହିଳାମାନଙ୍କର ଆକାଙ୍କ୍ଷା ଓ ଅବଦାନ ଏକ ଶକ୍ତିଶାଳୀ ଓ
ସମୃଦ୍ଧ ଦେଶ ଦିଗରେ ଆମ ସମୁହିକ ଯାତ୍ରାକୁ ପଥ ପ୍ରଦର୍ଶନ କରିବ।
ପ୍ରଧାନମନ୍ତ୍ରୀ ନିଜର ବାର୍ତ୍ତା ସହିତ ଗତ ୧୦ ବର୍ଷରେ
ମହିଳାମାନଙ୍କ ଜୀବନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଓ ସେମାନଙ୍କ ସଶକ୍ତିକରଣ ଯାତ୍ରାର ଏକ
ଝଲକ ମଧ୍ୟ ସେୟାର କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା