
ମୁଖୀଗୁଡ଼ା, ୧୦ ଏପ୍ରିଲ୍(ହି.ସ.) – ଜୟପାଟଣା ହୋଣ୍ଡା ସୋ ରୁମରୁ ଚୋରି ଅଭିଯୋଗ ରେ ଜଣକୁ ଗିରଫ କରିବା ସହ ଚୋରି ହୋଇଥିବା ଟଙ୍କା ସହ ଚୋରି ସାମଗ୍ରୀ ଜବତ କରିଛି ଜୟପାଟଣା ପୋଲିସ। ଗତ ୭ ଅପ୍ରେଲରେ ଜୟପାଟଣା ହୋଣ୍ଡା ସୋରୁମରୁ ଗୋଟିଏ ଲାପଟପ,ଦେଢ଼ଲକ୍ଷ ଟଙ୍କା ସହ ସିସିଟିଭି ଚୋରି ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ମୁଖୁଗୁଡ଼ା ପୁରୁଣା ମାର୍କେଟ ଅଂଚଳର ପରମେଶ୍ୱର ବାଗ(୨୨)କୁ ଜୟପାଟଣା ପୁଲିସ ଗିରଫ କରିବା ସହ ନଗଦ ୮୦,୫୬୦ ଟଙ୍କା, ଗୋଟିଏ ଲାପଟପ୍,ଗୋଟିଏ କି-ପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରମେଶ୍ୱର ଜଣେ ଅଭ୍ୟାସଗତ ଅପରାଧୀ। ଗତ ୨୦୨୫ ସେପ୍େଟମ୍ବର ୨୯ ରିଖରେ କଳମପୁର ଥାନା ଅନ୍ତର୍ଗତ ବିଜମରା ବିଦେଶୀ ମଦ ଦୋକାନରୁ ୮ ଲକ୍ଷ ଟଙ୍କା ଚୋରି ସହ ସିସିଟିଭି ଲଙ୍ଗାରୁଜା ଘଟଣାରେ ମଧ୍ୟ ସେ ମୁଖ୍ୟ ଅଭିଯୁକ୍ତ ଥିଲା। ଆଜି ପରମେଶ୍ୱରକୁ କୋର୍ଟ ଚାଲାଣ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର