ନେପାଳ ପ୍ରଧାନମନ୍ତ୍ରୀ ବାଳେନ୍ଦ୍ର ଶାହଙ୍କୁ ଭାରତ ଭ୍ରମଣ ପାଇଁ ନିମନ୍ତ୍ରଣ
କାଠମାଣ୍ଡୁ, ୧୨ ଏପ୍ରିଲ (ହି.ସ.)। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ଭାରତ ଭ୍ରମଣ ପାଇଁ ନିମନ୍ତ୍ରଣ ମିଳିଛି। ବିଦେଶମନ୍ତ୍ରୀ ଶିଶିର ଖନାଲଙ୍କ କହିବା ଅନୁସାରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ଶାହ ଗ୍ରହଣ କରିଛନ୍ତି। ଭାରତ ମହାସାଗର
ନେପାଳ ପ୍ରଧାନମନ୍ତ୍ରୀ ବାଳେନ୍ଦ୍ର ଶାହଙ୍କୁ ଭାରତ ଭ୍ରମଣ ପାଇଁ     ନିମନ୍ତ୍ରଣ


କାଠମାଣ୍ଡୁ, ୧୨ ଏପ୍ରିଲ (ହି.ସ.)। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ

ଭାରତ ଭ୍ରମଣ ପାଇଁ ନିମନ୍ତ୍ରଣ ମିଳିଛି। ବିଦେଶମନ୍ତ୍ରୀ ଶିଶିର ଖନାଲଙ୍କ କହିବା ଅନୁସାରେ, ଭାରତର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ଶାହ ଗ୍ରହଣ କରିଛନ୍ତି। ଭାରତ ମହାସାଗର

ସମ୍ମିଳନୀରେ ଯୋଗଦେବା ପାଇଁ ବର୍ତ୍ତମାନ ମରିସସରେ ଥିବା ବିଦେଶମନ୍ତ୍ରୀ ଖନାଲ ଓ ଭାରତର

ବିଦେଶମନ୍ତ୍ରୀ ଡ଼ଃ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ହୋଇଥିବା ସାଇଡ୍ଲାଇନ୍ ବୈଠକରେ ମଧ୍ୟ ଶାହଙ୍କ

ଆସନ୍ତା ଭାରତ ଭ୍ରମଣ ବିଷୟରେ ଆଲୋଚନା ହୋଇଛି।

ମରିସସରୁ ନେପାଳର ବିଦେଶମନ୍ତ୍ରୀ ଖନାଲ ଫୋନରେ କହିଛନ୍ତି ଯେ, ଭାରତର

ପ୍ରଧାନମନ୍ତ୍ରୀ ମୋଦି ଶାହଙ୍କୁ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାରେ ଭାରତ ଭ୍ରମଣ ପାଇଁ

ନିମନ୍ତ୍ରଣ ଦେଇଥିଲେ। ନେପାଳ ସରକାର ସେହି ନିମନ୍ତ୍ରଣକୁ ଗ୍ରହଣ କରିଛି, କିନ୍ତୁ ଭ୍ରମଣର

ତାରିଖ ଏପର୍ଯ୍ୟନ୍ତ ନିର୍ଧାରିତ ହୋଇନାହିଁ।

ବର୍ତ୍ତମାନ ଉଭୟ ଦେଶର ବିଦେଶ ମନ୍ତ୍ରଣାଳୟ ଶାହଙ୍କ ଭ୍ରମଣକୁ ନେଇ

ପ୍ରସ୍ତୁତି କରୁଛନ୍ତି। ନେପାଳର ବିଦେଶ ସଚିବ ଅମୃତ ରାଇ କହିଛନ୍ତି ଯେ, ଭାରତ ଓ ନେପାଳ

ସରକାର ମଧ୍ୟରେ ଏହି ଭ୍ରମଣର ଏଜେଣ୍ଡାକୁ ନେଇ ଆଲୋଚନା ଚାଲିଛି। ଭାରତର ବିଦେଶ ମନ୍ତ୍ରଣାଳୟ ଓ

କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସର ଅଧିକାରୀମାନଙ୍କ ସହ ଲଗାତାର ବୈଠକ କରାଯାଇ, ଭ୍ରମଣ ସମୟରେ

ହେବାକୁଥିବା ଚୁକ୍ତିଗୁଡ଼ିକୁ ନେଇ ସମ୍ମତି ସୃଷ୍ଟି କରିବାର ପ୍ରୟାସ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande