
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)-'ରାମାଭିଷେକ ନୀତି' ଅବସରରେ
ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିରରେ ପବିତ୍ର 'ରାମାଭିଷେକ ନୀତି'
ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ସମନ୍ୱୟର
ପ୍ରତୀକ ସ୍ୱରୂପ ଶ୍ରୀରାମ ନବମୀଠାରୁ ଅନୁଷ୍ଠିତ ଏହି ମନୋରମ ନୀତି ଓ ଲୋକକଳା ଆମ ସାଂସ୍କୃତିକ
ଐତିହ୍ୟକୁ ଅଧିକ ରୁଦ୍ଧିମନ୍ତ କରିଛି। ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ମଙ୍ଗଳ
ଆଣିଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା