ସ୍ପ୍ରିଂଟର ଅନିମେଷ କୁଜୁରଙ୍କୁ ଇଣ୍ଡିଆନ ସପନ ଆଥଲେଟିକ୍ସ ସିରିଜରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ୍ ଓପନ୍ ଆଥଲେଟିକ୍ସ ସିରିଜ୍–୩ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାଶାଳୀ ସ୍ପ୍ରିଣ୍ଟର ଅନିମେଷ କୁଜୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୁଜୁର ୧୦୦ ମିଟର ଓ ୨୦୦ ମିଟର ଦୌ
ସ୍ପ୍ରିଂଟର ଅନିମେଷ କୁଜୁରଙ୍କୁ ଇଣ୍ଡିଆନ ସପନ ଆଥଲେଟିକ୍ସ ସିରିଜରେ ଦୁଇଟି     ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ

ଆୟୋଜିତ ଇଣ୍ଡିଆନ୍ ଓପନ୍ ଆଥଲେଟିକ୍ସ ସିରିଜ୍–୩ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାଶାଳୀ

ସ୍ପ୍ରିଣ୍ଟର ଅନିମେଷ କୁଜୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କୁଜୁର ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତି ନିଜର

ଅସାଧାରଣ କ୍ଷମତା ପ୍ରଦର୍ଶନ କରିଛନ୍ତି ଏବଂ ଭାରତୀୟ ଆଥଲେଟିକ୍ସରେ ନିଜର ଦୃଢ଼ ଉପସ୍ଥିତି ଦର୍ଶାଇଛନ୍ତି।

ତାଙ୍କ ଏହି ସଫଳତାକୁ ପ୍ରଶଂସା କରି ପଟ୍ଟନାୟକ ତାଙ୍କର ନିଷ୍ଠା ଓ କଠିନ ପରିଶ୍ରମକୁ ପ୍ରଶଂସା

କରିଛନ୍ତି।

ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ଅନିମେଷ କୁଜୁର ତାଙ୍କ ଖେଳ ଜୀବନରେ ନିରନ୍ତର ଭାବେ

ଉତ୍କୃଷ୍ଟ ପ୍ରଦର୍ଶନ କରି ଦେଶ ପାଇଁ ଆହୁରି ଗୌରବ ଆଣିବେ। ପଟ୍ଟନାୟକ ତାଙ୍କର ଉଜ୍ଜ୍ୱଳ

ଭବିଷ୍ୟତ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande