
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପିର ସାମ୍ବାଦିକ
ସମ୍ମିଳନୀକୁ କଟାକ୍ଷ କଲା ବିଜେଡି । ବିଜେଡି ନେତ୍ରୀ ଟୁକୁନୀ ସାହୁ କହିଛନ୍ତି ଯେ, ବିଜୁ ବାବୁ
ତାଙ୍କ ସମୟରେ ସେ ଚାହୁଁଥିଲେ ମହିଳାଙ୍କ ସଂରକ୍ଷଣ ପାଇଁ। ମାଙ୍କ ସମ୍ମାନ ପାଇଁ ଆଗକୁ ଆସିଥିଲେ।
ତେଣୁ ଏ ଶ୍ରେୟ ବିଜୁବାବୁଙ୍କୁ ଯିବ। ନବୀନ ସରକାରରେ ମଧ୍ୟ ମହିଳାଙ୍କ ପାଇଁ ବହୁତ ଯୋଜନା
କରିଥିଲେ । ପଂଚାୟତରାଜ ବ୍ୟବସ୍ଥାରେ 50 ପ୍ରତିଶତ ସଂରକ୍ଷଣ
କରିଥିଲେ। ସେହିଭଳି ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ
ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ। ଆଉ 2019 ଓ 24 ମସିହାରେ 33 ପ୍ରତିଶତ ସଂରକ୍ଷଣ କରିଥିଲେ। ଏବେ କେନ୍ଦ୍ର ଯେଉଁ ନିଷ୍ପତ୍ତି
ନେଉଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ। ହେଲେ ଏଥିରେ
ରାଜନୈତିକ ଅଭିଶନ୍ଧି ରଖି କରିବେ ତାହା ଦୁର୍ଭାଗ୍ୟ ଜନକ। ନବୀନ ବାବୁ ମିଶନ ଶକ୍ତି
ମାଧ୍ୟମରେ ମହିଳାଙ୍କୁ ସଶକ୍ତିକରଣ କରିଥିଲେ। ଘରୁ ବାହାରୁ ନ ଥିବା ମହିଳା ବାହାରକୁ ଆସି
ରୋଜଗାର କ୍ଷମ କରିଥିଲେ। ଏବେ ସୁଭଦ୍ରା ଯୋଜନାରେ ସରକାର ମିଛ କହିଛନ୍ତି । ଆଜି ଏ ସରକାର ଯାହା
କରୁଛନ୍ତି ରାଜନୈତିକ ଅଭିଶନ୍ଧି ରଖୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା