ପବନ ଖେଡାଙ୍କ ସହ ରହିଛି କଂଗ୍ରେସ, ଆମେ ଡରିବୁନାହିଁ- ରାହୁଲ ଗାନ୍ଧି
ନୂଆଦିଲ୍ଲୀ, 13 ଏପ୍ରିଲ (ହି.ସ.)। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁଇଁୟାଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ଦାଖଲ ହୋଇଥିବା ଏଫଆଇଆର୍ ମାମଲାରେ କଂଗ୍ରେସ ମିଡିଆ
ପବନ ଖେଡାଙ୍କ ସହ ରହିଛି କଂଗ୍ରେସ, ଆମେ ଡରିବୁନାହିଁ- ରାହୁଲ     ଗାନ୍ଧି


ନୂଆଦିଲ୍ଲୀ, 13 ଏପ୍ରିଲ (ହି.ସ.)। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଲୋକସଭାରେ

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ତ୍ରୀ ରିଙ୍କି

ଭୁଇଁୟାଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ଦାଖଲ ହୋଇଥିବା ଏଫଆଇଆର୍ ମାମଲାରେ କଂଗ୍ରେସ ମିଡିଆ

ବିଭାଗର ଅଧ୍ୟକ୍ଷ ପବନ ଖେଡାଙ୍କୁ ସମର୍ଥନ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ଡରିବୁ

ନାହିଁ। କଂଗ୍ରେସ ପବନ ଖେଡାଙ୍କ ସହିତ ଦୃଢ଼ଭାବେ ଦଣ୍ଡାୟମାନ।

ରାହୁଲ ଗାନ୍ଧୀ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ

ପୋଷ୍ଟ କରି ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି

କହିଥିଲେ। ସେ କହିଥିଲେ ଯେ ଶର୍ମା ନିଜର ରାଜନୈତିକ ବିରୋଧୀ ଓ ଆଲୋଚକମାନଙ୍କୁ ହଇରାଣ କରିବା

ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଥିବା ସରକାରୀ ଶକ୍ତିର ଦୁରୁପଯୋଗ କରୁଛନ୍ତି। ଏହା ସଂବିଧାନ

ବିରୋଧୀ।

ସେ ଆହୁରି କହିଥିଲେ ଯେ ପବନ ଖେଡା ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ

ଉପରେ ଯେଉଁ ଅଭିଯୋଗ ଲାଗାଇଛନ୍ତି, ତାହାର ତଦନ୍ତ ହେବା ଉଚିତ। ସରକାର ଚାଳନାରେ ପାରଦର୍ଶିତାକୁ ସମର୍ଥନ

କରି ସେ କହିଥିଲେ ଯେ ପାରଦର୍ଶିତା, ଶକ୍ତିର ଜବାବଦେହିତା ଓ ଆଇନର ଶାସନ ସଂବିଧାନିକ ମୂଲ୍ୟବୋଧର ଆଧାର।

ଏହି ମାମଲାରେ ତଦନ୍ତ ହେବା ଦରକାର। ସେ ପୁଣି କହିଥିଲେ ଯେ ଆମେ ଡରିବୁ ନାହିଁ। କଂଗ୍ରେସ ପବନ

ଖେଡାଙ୍କ ସହିତ ଅଛି।

ଉଲ୍ଲେଖନୀୟ ଯେ, 5 ଏପ୍ରିଲରେ ପବନ ଖେଡା ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ

ସମ୍ମିଳନୀ ସମୟରେ ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁଇଁୟାଙ୍କ ଉପରେ ସଂଯୁକ୍ତ ଆରବ

ଏମିରେଟ୍ସ, ଆଣ୍ଟିଗୁଆ-ବର୍ମୁଡା

ଓ ମିଶର ସହିତ ତିନୋଟି ଭିନ୍ନ ଦେଶର ଚାଲୁ ପାସପୋର୍ଟ ରଖିବା ଓ ଆମେରିକାର ୱାୟୋମିଙ୍ଗ ଏବଂ

ଯୁଏଇରେ ନିର୍ବାଚନ ଆୟୋଗକୁ ସୂଚନା ନଦେଇ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଥିବା ଅଭିଯୋଗ

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande