
ଜୟପୁର, ୧୩ ଏପ୍ରିଲ୍ (ହି.ସ.) - ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଗୃହ ବିଜ୍ଞାନ ଦ୍ୱାରା ଓଡିଆ ପକ୍ଷ ନିମନ୍ତେ ଓଡିଆ ଖାଦ୍ୟ କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ହୃଷିକେଶ ସେନାପତି ଉଦଘାଟନ କରିଥିବା ବେଳେ କୁଳସଚିବ ମହେଶ୍ୱର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ଡ.ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଖିରି, ଛେନାପୋଡ, ରସଗୋଲା, ମାଣ୍ଡିଆ ଖାଦ୍ୟ ପରି ଅନେକ ପ୍ରକାରର ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ମାନେ ଖାଦ୍ୟ ପରିବେଷଣ କରିଥିଲେ। କ୍ୟାପଟେନ ଲକ୍ଷ୍ମଣ ପାତ୍ର ଓ ଡ.ଅରୁଣ କୁମାର ରାଜ ଖାଦ୍ୟ ଗୁଡିକ ପରୀକ୍ଷା କରି ଓଡିଆ ବିଭାଗର ଦହିବରାକୁ ପ୍ରଥମ, ଭୂଗୋଳ ଓ ରାଜନୀତି ବିଜ୍ଞାନ ଦ୍ୱାରା ରସାବଳିକୁ ଦ୍ୱିତୀୟଓ ଗୃହ ବିଜ୍ଞାନର ମଣ୍ଡା କାକରାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ଛାତ୍ର ଛାତ୍ରୀଙ୍କ ଓଡିଆ ଖାଦ୍ୟ ପ୍ରତି ଆଗ୍ରହ ଅଛି ବୋଲି ଜଣାପଡିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି