ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ଓଡ଼ିଆ ନବ ବର୍ଷ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ପୌର ପରିଷଦ ଝାରସୁଗୁଡା ପ୍ରଶାସନ ଦ୍ୱାରା ଓଡ଼ିଆ ପକ୍ଷ-୨୦୨୬ ର ପରିପ୍ରେକ୍ଷୀରେ ଆଜି ଓଡ଼ିଆ ନବ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଝୋଟି, ଚିତା, ମୁରୁଜ ଏବଂ ପିଠା ପଣା ପ୍ରତିଯୋଗିତାରେ ସ୍ଥାନୀୟ ମହିଳାମା
ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ଓଡ଼ିଆ ନବ ବର୍ଷ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ


ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ପୌର ପରିଷଦ ଝାରସୁଗୁଡା ପ୍ରଶାସନ ଦ୍ୱାରା ଓଡ଼ିଆ ପକ୍ଷ-୨୦୨୬ ର ପରିପ୍ରେକ୍ଷୀରେ ଆଜି ଓଡ଼ିଆ ନବ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଝୋଟି, ଚିତା, ମୁରୁଜ ଏବଂ ପିଠା ପଣା ପ୍ରତିଯୋଗିତାରେ ସ୍ଥାନୀୟ ମହିଳାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଓଡ଼ିଆ ପରମ୍ପରାର ନିଖୁଣ ଚିତ୍ର ପ୍ରଦର୍ଶନ କରିଥିଲେ। ପୌର ଅଧ୍ୟକ୍ଷା ରାନୀ ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ବେଣୁ ଗୋପାଳ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ, ସମାଜସେବୀ ଓ ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨୫ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଏପରିକି ମାଣ୍ଡିଆରୁ ପ୍ରସ୍ତୁତ ଯଥା ଏଣ୍ଡୁରି ପିଠା , ଆରିଷା ପିଠା, ମାଣ୍ଡିଆ ପିଠା, ପୋଡ଼ ପିଠା, ଦହିବରା, ମାଣ୍ଡିଆ ସରବତ ଆଦି ପ୍ରଦର୍ଶିତ କରିଥିଲେ। ସମସ୍ତ ଅତିଥି ଏବଂ ଜନସାଧାରଣ ଏହି ସ୍ୱାଦିଷ୍ଟ ଖାଦ୍ୟର ସ୍ୱାଦ ଚାଖିଥିଲେ। ଏହି ଅବସରରେ ପୌର ଅଧ୍ୟକ୍ଷା ଶ୍ରୀମତୀ ରାନୀ ହାତୀ, ପ୍ରତ୍ୟେକ ଗୋଷ୍ଠୀକୁ ଅଂଶଗ୍ରହଣ ପ୍ରମାଣପତ୍ର ସହିତ ବିଜେତା ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀକୁ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌର ଅଧ୍ୟକ୍ଷା ରାନୀ ହାତୀ କହିଥିଲେ, ଓଡ଼ିଆ ନବ ବର୍ଷ ଆମ ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ। ଆଜିର ଏହି ପ୍ରତିଯୋଗିତା ଆମର ପାରମ୍ପରିକ କଳାକୁ ଉଜ୍ଜୀବିତ ରଖିବାରେ ସାହାଯ୍ୟ କରିବ। ମା' ମାନଙ୍କ ହାତର ପିଠା ଓ ପଣା ଆମ ଘରେ ଘରେ ଓଡ଼ିଆଣୀର ପରିଚୟ ଦେଇଥାଏ। ଏହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମର ଆଗାମୀ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିପାରିବା।

ଅତିରିକ୍ତ ଜିଲ୍ଲାପାଳ ଓଡ଼ିଆ ଅସ୍ମିତା ଓ ସଂସ୍କୃତି ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସେ କହିଥିଲେ, ଓଡ଼ିଆ ଖାଦ୍ୟ ପରମ୍ପରା କେବଳ ସ୍ୱାଦ ନୁହେଁ, ବରଂ ଏହା ଆମ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ। ମହିଳାମାନେ ପ୍ରସ୍ତୁତ କରୁଥିବା ଏହି ପାରମ୍ପରିକ ଖାଦ୍ୟ ଓ ଉତ୍ପାଦ ପାଇଁ ଏକ ସୁଦୃଢ଼ ବଜାର ସୃଷ୍ଟି କରିବା ଆଜିର ସମୟର ଆବଶ୍ୟକତା। ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆମର ମା'ମାନେ ନିଜର ଦକ୍ଷତା ପ୍ରତିପାଦିତ କରି ଭାରତକୁ ଆତ୍ମନିର୍ଭରଶୀଳତା ଆଡ଼କୁ ଅଗ୍ରସର କରାଇବାରେ ମୁଖ୍ୟ ସାରଥି ସାଜିଛନ୍ତି।

ଝାରସୁଗୁଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ କହିଥିଲେ, ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଆମର ପାରମ୍ପରିକ କଳା ଓ ରନ୍ଧନ ଶୈଳୀକୁ ଆଧୁନିକ ପିଢ଼ି ପାଖରେ ପହଞ୍ଚାଇବା। ଏହି ପ୍ରତିଯୋଗିତା ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକ ନିଆରା ସୁଯୋଗ ପ୍ରଦାନ କରାଯାଇଛି।

ପୌର ପରିଷଦର ଉପାଧ୍ୟକ୍ଷ ନିଜ ବକ୍ତବ୍ୟରେ କହିଥିଲେ, ଓଡ଼ିଆ ନବ ବର୍ଷ ଆମ ସମସ୍ତଙ୍କ ପାଇଁ ଏକ ନୂତନ ସଙ୍କଳ୍ପର ଦିନ। ସହରର ସାମଗ୍ରିକ ବିକାଶ ସହ ସାଂସ୍କୃତିକ ଜାଗରଣ ପାଇଁ ପୌର ପରିଷଦ ସଦାସର୍ବଦା ଚେଷ୍ଟିତ।

କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତ ଅତିଥି, ପ୍ରତିଯୋଗୀ ଏବଂ ଉପସ୍ଥିତ ଅଧିକାରୀ, କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande