
ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ବିଜେଡି ସଂସଦୀୟ ଦଳ ଉପନେତା ଭାବେ ନିଯୁକ୍ତି ପାଇବା ପରେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କୁ କୋଟି କୋଟି ପ୍ରଣାମ । ସବୁବେଳେ ସେ ମୋର ନେତା, ମୁଁ ତାଙ୍କ ସୈନିକ। ସବୁବେଳେ ଲଢେଇ କରିଛି । ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ନିର୍ବାହ କରିଛି । ଏବେ ବି କରିବି । ଶ୍ରୀଜଗନ୍ନାଥ ଓ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା