ଯୋଜନା ଓ ସଂଯୋଜନ ବିଭାଗରେ ଓଡ଼ିଶା ପାହ୍ୟା ଆଇଏଏସ୍ ଅଧିକାରୀଙ୍କ ପ୍ରଶିକ୍ଷଣ
ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୪ ବ୍ୟାଚ ଓଡ଼ିଶା କ୍ୟାଡରର ୯ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୋମବାର ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ସେମାନଙ୍କୁ ବିଭାଗୀୟ କାର୍ଯ୍ୟ ସଂପର୍କରେ ଅବଗତ କରା
gjftuk


ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୪ ବ୍ୟାଚ ଓଡ଼ିଶା କ୍ୟାଡରର ୯ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୋମବାର ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ସେମାନଙ୍କୁ ବିଭାଗୀୟ କାର୍ଯ୍ୟ ସଂପର୍କରେ ଅବଗତ କରାଯାଇଛି ।ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୧ ବର୍ଷିଆ ବିସ୍ତୃତ ପ୍ରଶିକ୍ଷଣରଏହା ଅଂଶ ବିଶେଷଥିଲା । ପ୍ରଶିକ୍ଷାର୍ଥୀମାନେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମାଧ୍ୟମରେ ପ୍ରଶିକ୍ଷଣ ନେଇ ରାଜ୍ୟର ବିଭିନ୍ନ ବିଭାଗ, ଜିଲ୍ଲା କାର୍ଯ୍ୟାଳୟ,ସଂସ୍ଥା ଓ କମିଶନ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ଥିଲା ।

ଏହି ପ୍ରତ୍ୟକ୍ଷ ଅନୁଭୂତିର ଅଂଶ ସ୍ୱରୂପ ପ୍ରଶିକ୍ଷଣରେ ଥିବା ଏହି ସମସ୍ତ ଅଧିକାରୀମାନେ ଆଜି ଯୋଜନା ଓ ସଂଯୋଜନ ବିଭାଗରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କୁ ସାକ୍ଷାତ କରିଥିଲେ । ଉନ୍ନୟନ କମିଶନରଙ୍କ ସହ ପାରସ୍ପରିକ ଆଲୋଚନାରେ ପ୍ରଶିକ୍ଷାର୍ଥୀମାନେ ରାଜ୍ୟର ଯୋଜନା ପଦ୍ଧତି,କନଭର୍ଜେନ୍ସ ରଣନୀତି ଏବଂ ପ୍ରମୁଖ ବିକାଶମୂଳକ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅବଗତ ହୋଇଥିଲେ । ପ୍ରଶିକ୍ଷଣ ଅବସରରେ ଏହି ଆଇଏଏସ ଅଧିକାରୀମାନଙ୍କୁ ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସଂପର୍କରେ ସୂଚନା ଦିଆଯାଇଥିଲା । ତତ୍ ସହିତ ରାଜ୍ୟର ବିତୀୟ ସ୍ଥିତି, ରାଜ୍ୟ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା, ରାଜ୍ୟ ବଜେଟ୍ ରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ରାଜ୍ୟର ଦୂରଦୃଷ୍ଟି ସଂପନ୍ନ ଭିଜନ ଡକ୍ୟୁମେଂଟ “ବିକଶିତ ଓଡ଼ିଶା ୨୦୩୬” ଏବଂ “ବିକଶିତ ଭାରତ ୨୦୪୭” ଆଭିମୁଖ୍ୟ ଏବଂ “୩୬ ପାଇଁ ୩୬” ପ୍ରମୁଖ ପଦକ୍ଷେପ ସଂପର୍କରେ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରାଯାଇଥିଲା । ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ନନ୍ଦ ଅର୍ଥନୈତିକ ସର୍ବେକ୍ଷଣ ଏବଂ ଦେଶ ତଥା ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥା ସଂପର୍କରେ ଉପସ୍ଥାପନ କରିଥିଲେ ।

ନବ ନିଯୁକ୍ତ ଏହି ଅଧିକାରୀମାନଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରିଶିକ୍ଷଣ( ଇଣ୍ଡକ୍ସନ୍ ଟ୍ରେନିଂ) ଚଳିତ ମାସ ଏପ୍ରିଲ ୨୪ ତାରିଖରେ ଶେଷ ହେବାକୁ ନିର୍ଦ୍ଧାରିତ ଥିବା ବେଳେ ଏହା ପରେ, ଟ୍ରେନି ଅଧିକାରୀମାନେ ନୂଆ ଦିଲ୍ଲୀରେ ସହାୟକ ସଚିବ ପଦବୀ ସମ୍ବନ୍ଧୀୟ ପ୍ରଶିକ୍ଷଣ ନେଇ ପରେ ପରେ ଲାଲ୍ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀକୁ ଅତିରିକ୍ତ ଟ୍ରେନିଂ ପାଇଁ ଯିବେ । ପ୍ରଶିକ୍ଷଣ ସମାପ୍ତି ପରେ, ସେମାନେ ତାଙ୍କର ନିର୍ଦ୍ଧାରିତ ଦାୟିତ୍ୱ ଗ୍ରହଣ କରିବାକୁ ଓଡ଼ିଶାକୁ ଫେରିବେ ବୋଲି ଜଣାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande