ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଧର୍ମଶାଳା,୧୩ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦାଠାରେ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ସେକ୍ ଅସମତ୍ ଅଲ୍ଲୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମାଧ୍ୟମିକ ଶିକ୍ଷା ନିରୀକ୍ଷ
ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ


ଧର୍ମଶାଳା,୧୩ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦାଠାରେ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ସେକ୍ ଅସମତ୍ ଅଲ୍ଲୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମାଧ୍ୟମିକ ଶିକ୍ଷା ନିରୀକ୍ଷକ ସେକ୍ ଅନୱରୁଲ ହକ୍, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷା ଅଧିକାରୀ ସେକ୍ ସାକିବ୍,ସମ୍ମାନୀତ ଅତିଥିଭାବେ ସେକ୍ ଅବଜଲ ଅଲ୍ଲୀ,ସାମାଜିକ କର୍ମୀ ମଂଟୁ ଦାସ,ଶିକ୍ଷାବିତ୍ ଆଲାଉଦ୍ଧିନ୍ ଖାଁନ୍,ଯୁବନେତା ପ୍ରଦିପ ଦାସ,ରାକେଶ ଦେଓ,ସେକ୍ ଜାବିର ଅଲ୍ଲୀ,ସେକ୍ ଆବୁ ସାଏମା,ସେକ୍ ସାବିର ଅଲ୍ଲୀ ଓ ସେକ୍ ନମାଜି ପ୍ରମୁଖ ଯୋଗ ଦେଇ ଗଳ୍ପ ମାଧ୍ୟମରେ କୁନିକୁନି ପିଲାମାନଙ୍କୁ ଶିକ୍ଷାଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ସେକ୍ ଆସିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁନିକୁନି ପିଲାମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ସଂଗୀତ ଗାନ କରାଯାଇ ଥିଲା । ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନୃତ୍ୟ ,ସଂଗୀତ ଓ ଏକକ ଅଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମହମ୍ମଦ ଖୁରସିଦ୍,ରିଜୁଆନ ଖାଁନ ,ସଦାମ ହୋସେନ,ମୋନାଲିସା ସାହୁ,ସୀତାଞ୍ଜଳୀ ଓଝା,ଦିପ୍ତୀମୟୀ ଓଝା,ରୋକେୟା ଖାତୁନ୍,ଅଞ୍ଜୁମ୍ ବେଗମ୍,ଆସ୍ମା ବେଗମ୍,ପୂଜା ମଲ୍ଲିକ,ଭାଗ୍ୟଶ୍ରୀ ଦାସ ଓ ସ୍ୱେଚ୍ଛାସେବୀ ସେକ୍ ସାହାଜାହାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଚନ୍ଦ୍ରମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande