ଆଡ଼ମ୍ବରରେ ସମ୍ପନ୍ନ ଓଡ଼ିଆ ପକ୍ଷ, ଭଦ୍ରକରେ ମହା ବିଷୁବ ସଂକ୍ରାନ୍ତିରେ ଉତ୍ସାହମୟ ଓଡିଆ ନବବର୍ଷ ପାଳନ
ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ୧ ଏପ୍ରିଲ ରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ୧୪ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଭଦ୍ରକର ଗୁଜରାତି ଭବନରେ ଅତ୍ୟନ୍ତ ଆଡ଼ମ୍ବର ସହିତ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର ମୁଖ୍
BHADRAK RE MAHA BISUBA SANKRANTI


ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ୧ ଏପ୍ରିଲ ରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ୧୪ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଭଦ୍ରକର ଗୁଜରାତି ଭବନରେ ଅତ୍ୟନ୍ତ ଆଡ଼ମ୍ବର ସହିତ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଆ ପକ୍ଷ ଆମର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ଓ ପ୍ରଚାରିତ କରିବାରେ ଏକ ଅତ୍ୟନ୍ତ ସାର୍ଥକ ପଦକ୍ଷେପ। ଏହି ପବିତ୍ର ଦିନରେ ଓଡ଼ିଆ ପକ୍ଷର ଅନ୍ତିମ ଦିନର କାର୍ଯ୍ୟକ୍ରମକୁ ସଭାପତିତ୍ୱ କରୁଥିବା ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତ୍ରାଏ କହିଥିଲେ ଯେ, ଓଡ଼ିଆ ନବବର୍ଷ ପାଳନ କୋଟି କୋଟି ଓଡ଼ିଆଙ୍କ ପାଇଁ ଏକ ଗର୍ବର ଗାଥା ଓ ଏହା ଆମର ଐତିହ୍ୟ ଓ ପରମ୍ପରାର ପରିଚୟ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓଡ଼ିଆ ନବବର୍ଷର ଐତିହ୍ୟ ଓ ଏହାର ମହତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓଡ଼ିଆ ନବବର୍ଷ ଓ ଓଡ଼ିଆ ପକ୍ଷର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ। ଉକ୍ତ ସଭାରେ ‘ତ୍ୟାଗଭୂମି’ର ସଭାପତି ଅଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାର ଗରିମା ବଢ଼ାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ଶିର୍କା ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଭିନ୍ନ ବିଦ୍ୟାଳୟ ଓ ସଂଗଠନରୁ ଆସିଥିବା ଶିଶୁମାନେ ଓଡ଼ିଆ ନବବର୍ଷ ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande