ବୁର୍ଲା ଭିସୁଟ୍ ପରିସରରେ 'ଜୋହୋ ସ୍କିଲ୍ ହବ୍' ଏବଂ 'ଜ୍ଞାନ ବାହନ'ର ପତାକା ଉତ୍ତୋଳନ
ବୁର୍ଲା ଭିସୁଟ୍ ପରିସରରେ 'ଜୋହୋ ସ୍କିଲ୍ ହବ୍' ଏବଂ 'ଜ୍ଞାନ ବାହନ'ର ପତାକା ଉତ୍ତୋଳନ
ବୁର୍ଲା ଭିସୁଟ୍ ପରିସରରେ 'ଜୋହୋ ସ୍କିଲ୍ ହବ୍' ଏବଂ 'ଜ୍ଞାନ ବାହନ'ର ପତାକା ଉତ୍ତୋଳନ


ସମ୍ବଲପୁର , ୧୫, ଏପ୍ରିଲ୍ (ହି.ସ.) ଆଜି ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ପରିସରରେ ଏକ ପ୍ଲାଟିନମ ଜୁବଲି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗହଣରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଭାରତ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଦେଶର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସଂସ୍ଥା 'ଜୋହୋ' ପକ୍ଷରୁ ଏକ 'ସ୍କିଲ୍ ହବ୍' ଏବଂ ପେ-ଟିଏମ୍ ଫାଉଣ୍ଡେସନ ସହଯୋଗରେ 'ୱିସଡମ୍ ଅନ୍ ହୁଇଲ୍ସ ଜ୍ଞାନ ବାହନର ଶୁଭାରମ୍ଭ ହୋଇଯାଇଛି। ଜୋହୋ ସ୍କିଲ୍ ହବ୍ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସଫ୍ଟୱେର୍ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଜ୍ଞାନ ବାହନ ପେ-ଟିଏମ୍ ଫାଉଣ୍ଡେସନର ଏହି ଅଭିନବ ପ୍ରୟାସ ଦ୍ୱାରା ଗ୍ରାମାଞ୍ଚଳରେ ଡିଜିଟାଲ୍ ସାକ୍ଷରତା ଏବଂ ଶିକ୍ଷାର ପ୍ରସାର କରାଯିବ। ଏହି ଚଳନ୍ତି ଶିକ୍ଷା କେନ୍ଦ୍ର ବା ବସ୍ ମାଧ୍ୟମରେ ବିଦ୍ୟାର୍ଥୀମାନେ ଅତ୍ୟାଧୁନିକ ଶିକ୍ଷା ଉପକରଣର ସୁବିଧା ପାଇପାରିବେ। ଏହି ଅବସରରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତନଶୀଳ ବିଶ୍ଵ ସହିତ ଆମକୁ ଖାପ ଖୁଆଇ ଚଳିବାକୁ ହେଲେ ନୂଆ ନୂଆ ବୈଷୟିକ କୌଶଳ ଆଣିବାକୁ ପଡିବ ବୋଲି କହିଥିଲେ। ବୁର୍ଲାର ଛାତ୍ରଛାତ୍ରୀ ମାନଙ୍କୁ କେବଳ ଚାକିରି ପଛରେ ନଗୋଡ଼ାଇ 'ନିଯୁକ୍ତିଦାତା' ହେବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ଷ୍ଟାର୍ଟଅପ୍ ସଂସ୍କୃତିକୁ ଆପଣାଇବା ପାଇଁ ସେ ଉତ୍ସାହିତ କରିଛନ୍ତି। ଭିସୁଟର ପାଠ୍ୟକ୍ରମକୁ ବିଶ୍ୱସ୍ତରୀୟ କରିବା ପାଇଁ ଆଇଆଇଟି ମାଡ୍ରାସ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। କେବଳ ଡିଗ୍ରୀ ହାସଲ ନକରି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବଲପୁର ସହରର ଡ୍ରେନେଜ୍ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭିସୁଟ୍ ଏବଂ ଆଇଆଇଟି କାନପୁର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଥିଲେ। ୧୦ କିଲୋମିଟର ପରିଧି ମଧ୍ୟରେ ଭୁସୁଟ, ଆଇଆଇଏମ୍ ସମ୍ବଲପୁର, ଭିମସାର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ୭ଟି ବଡ଼ ଅନୁଷ୍ଠାନ ରହିବା ଯାହା ଆମ ପାଇଁ ଏକ ବଡ଼ ସୁଯୋଗ। ଏହି ସମସ୍ତ ଅନୁଷ୍ଠାନ ମିଳିତ ଭାବେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଏହି ଅଞ୍ଚଳକୁ ଭାରତର ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ପରିଣତ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ବୁର୍ଲାର ପ୍ରାୟୋଗିକ ବୈଷୟିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇପାରିବ । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ନାୟକ ଆଜିର ଯୁବକ ମାନେ ଦକ୍ଷତା ସମ୍ପନ୍ନ, ସେମାନେ ବିଶ୍ଵର କୋଣ ଅନୁକୋଣ ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଠି ପରିପାରିବେ ବୋଲି କହିଥିଲେ। କେବଳ ଓଡିଶାରେ ସୀମିତ ନୁହେଁ ବରଂ ସାରା ଦେଶରେ ଭିସୁଟର ସ୍ଵତନ୍ତ୍ର ମାନ୍ୟତା ରହିଛି। ଆଜିକାର ପରିସ୍ଥିତିର ବୈଷୟିକ ଜ୍ଞାନର ଉଚିତ ମାର୍ଗରେ ସଠିକ ଉପାୟରେ ଉପଯୋଗକରି ଆଗକୁ ବଢିବାଟା ହିଁ ଆମ ପାଇଁ ଆହ୍ବାନ ହୋଇଛି । ଆଗାମି ଦିନରେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ପାଇଁ ଛାତ୍ରଛାତ୍ରୀଙ୍କୁ ନିଜର ମନ୍ତବ୍ୟ ଦେବାପାଇଁ ଏବଂ ସକ୍ରିୟଭାବେ ପ୍ରୋତ୍ସାହିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande