
ଜୟପୁର, 15 ଏପ୍ରିଲ୍ (ହି.ସ.)- ଦଶହରା ପଡିଆରେ ଚାଲିଥିବା କ୍ରିକେଟ ଲିଗର ଏକାଦଶ ଦିନରେ ଶେଷ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ ଜଗନ୍ନାଥ ଜେଣ୍ଟସ ଦଳ ପ୍ରଥମେ ବ୍ୟାଟି˚କରି ୧୫ ଓଭରରେ ୮ ଵିକେଟ ବିନିମୟରେ ୧୬୬ ରନ ହାସଲ କରିଥିଲେ। ଜବାବରେ ଇଭିନି˚ କ୍ଲବ ଦଳ ୧୪.୪ ଓଭରରେ ୭ ଵିକେଟ ହରାଇ୧୬୭ ରନ କରି ବିଜୟ ଲାଭ କରିଥିଲେ। ଇଭିନି˚ କ୍ଲବର ସନ୍ଦୀପ ପଟ୍ଟନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଅନିଲ କୁମାର ଓ ଦିଲ୍ଲିପ ବେହେରା ଅମ୍ପୟାର ଭାବେ ଦାୟିତ୍ବ ତୁଲାଇଥିଲେ। ଆସନ୍ତା କାଲିଠାରୁ କ୍ବାଲିଫାଏର ମ୍ୟାଚ ଅନୁଷ୍ଠିତ ହେବ। ସମସ୍ତ ସଦସ୍ୟ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି