
ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଆମ ମାତୃଭାଷା ପରିଷଦର ବିଷୁବ ସଂକ୍ରାନ୍ତି ଆସରର ନବମ ସ୍ୱନକ୍ଷତ୍ର ଦିବସ ସାମରାଇପୁରସ୍ଥିତ ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶଙ୍କ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀଙ୍କ ପୌରହିତ୍ୟରେ ସମାଜସେବୀ ଶୁଭ୍ରକାନ୍ତି ଦାଶ ଉଦ୍ଘାଟନ କରିଥିଲେ। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। “ଆମ ମାଟିରେ ବିଷୁବ ସଂକ୍ରାନ୍ତି” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ପ୍ରାଧ୍ୟାପକ ଡ. ଗିରିଶ୍ ବିହାରୀ ମିଶ୍ର, ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ସାହୁ, ସମ୍ମାନିତ ଅତିଥି କାଦମ୍ବିନୀ ପତ୍ରିକାର ସହ ସମ୍ପାଦକ ଯୁବସାହିତ୍ୟିକ ଅମିତାଭ ଖିଲାର, ବିଶିଷ୍ଟ ଅତିଥି ଅନନ୍ୟା ପତ୍ରିକାର ସମ୍ପାଦକ ସନ୍ତୋଷ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ଅଧ୍ୟକ୍ଷ ନୀହାର ରଞ୍ଜନ କର, ଅତିଥି ପିତାମ୍ବର ଦାଶ, ଅଧ୍ୟାପକ ଡ. ରମାକାନ୍ତ ନାୟକ, ଲକ୍ଷ୍ମଣ କୁମାର ମହାନ୍ତି, ଶିକ୍ଷାବିତ୍ ପାର୍ଥସାରଥି ମହାନ୍ତି, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର, ହୃଷିକେଶ ପତି, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଗୟାଧର ଦାସ ପ୍ରମୁଖ ବିଷୁବ ସଂକ୍ରାନ୍ତି ଓଡ଼ିଆ ନୂତନ ବର୍ଷକୁ ଆବାହନ କରେ ଓ ନୂତନ ପଞ୍ଜିକା ଆରମ୍ଭ ହୁଏ ଏବଂ ପ୍ରଥମ ରାଶି ମେଷ ରାଶି ଆରମ୍ଭ ହୁଏ, ନୂତନ ପଣା ଚଉଁରା ମୂଳରେ ଠେକି ପ୍ରଦାନପୂର୍ବକ ପଣାପାନର ପର୍ବ ପାଳନ ହୁଏ, ପଣା ପ୍ରଦାନରେ ଅଶେଷ ପୂଣ୍ୟ ହୁଏ ବୋଲି ମତପୋଷଣ କରିଥିଲେ। ଅଧ୍ୟାପିକା ଡ. ମମତା ସାହୁ ଓ କବୟିତ୍ରୀ ମାନସୀବାଳା ସୂତାରଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ଉମେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ବିଜୟ କୁମାର ବହଳୀ, ଶ୍ରଦ୍ଧାଞ୍ଜଳି ମିଶ୍ର, ଶିଶୁକବି ଅଂଶୁମାନ ସ୍ୱାଇଁ, ବସନ୍ତ କୁମାର ପାତ୍ର, କୈଳାସ ଦାସ, ମହେନ୍ଦ୍ର ଓଝା, ବିପ୍ଳବ କୁମାର ହୋତା, ମୋନାଲିସା ସାହୁ, ମିନତୀ ବାରିକ, ମନୋରମା ରାୟ, ସସ୍ମିତା ସାହୁ, ଶଶାଙ୍କ ଶେଖର ପଣ୍ଡା, ନରେଶ ଚନ୍ଦ୍ର ଲେଙ୍କା, ମୁସ୍ତାକ୍ ଗହ୍ୱର, ସେକ୍ ଅବଦୁଲ ଦୟାନ୍, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ସଂଯୁକ୍ତା ଯାଦବ, ଶାନ୍ତିଲତା ବାରିକ, ସଂଯୁକ୍ତା ବଳ, ରମେଶ ଚନ୍ଦ୍ର ଦାସ, ଅଧିବକ୍ତା ମନୋରଞ୍ଜନ ଦାସ, ନୀରନ୍ ନାୟକ ପ୍ରମୁଖ ଅନେକ କବି ସ୍ୱରଚିତ ବିଷୁବ କବିତା ପାଠ କରିଥିଲେ। କେଦାରନାଥ ମହାପାତ୍ର ବେଦପାଠ, ମମତା ରାଣୀ ମହାନ୍ତି ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ, ସହ-ସମ୍ପାଦିକା ମମତାରାଣୀ ଦାଶମିଶ୍ର ମଂଚ ପରିଚାଳନା, ଶେଷରେ ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ