ନାରୀ ଶକ୍ତି ବନ୍ଦନା ସମ୍ମିଳନୀ ଆୟୋଜିତ
ଜୟପୁର, ୧୫ ଏପ୍ରିଲ୍(ହି.ସ.) – ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରିୟମ ଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର କମିଶନର ଶ୍ରୀମତୀ ବବିତା ପାତ୍ର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଓ ଦେଶର ନାରୀଶକ୍ତି ପାଇଁ ଆସନ୍ତା ୧୬
ନାରୀ ଶକ୍ତି ବନ୍ଦନା ସମ୍ମିଳନୀ ଆୟୋଜିତ


ଜୟପୁର, ୧୫ ଏପ୍ରିଲ୍(ହି.ସ.) – ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରିୟମ ଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର କମିଶନର ଶ୍ରୀମତୀ ବବିତା ପାତ୍ର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଓ ଦେଶର ନାରୀଶକ୍ତି ପାଇଁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦରେ ଅନୁଷ୍ଠିତ ହେବାକୁ ଥିବା ବିଶେଷ ଅଧିବେଶନ ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଇବା ସହ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କରେ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ଓ ଏହା ସହ ନାରୀଶକ୍ତି କିପରି ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେ ସମ୍ପର୍କରେ ସଚେତନ କରିବା ସହ ୯୬୬୭୧୭୩୩୩୩ ରେ ମିସଡ଼ କଲ ଦେଇ ନାରୀ ଶକ୍ତି ବନ୍ଦନା ଅଧିନିୟମକୁ ସମର୍ଥନ କରିବାକୁ ଆହ୍ୱାନ ଦେଇ ଥିଲେ ଓ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସରଂଜିତା ମାଝୀ, ସମ୍ମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ସ୍ନେହପ୍ରଭା ମାଝୀ, ସମାଜସେବୀ ପୂର୍ଣ୍ଣିମା ନାୟକ, ସ୍ୱାତୀ ଓଝା, ଅଞ୍ଜଳି ମିଶ୍ର ଯୋଗ ଦେଇ ମହିଳାମାନଙ୍କୁ ନିଜ ବକ୍ତବ୍ୟ ମଧ୍ୟମରେ ଉତ୍ସାହିତ କରିଥିଲେ ଓ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ପରିଚାଳନା କରିଥିଲେ ଓ ସମ୍ମିଳନୀ ପୂର୍ବରୁ ସ୍ଥାନୀୟ ଡିଏନକେ ଆମ ପାଠାଗାର ଠାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରିୟମ ପର୍ଯ୍ୟନ୍ତି ଏକ ରାଲି ବାହାରିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande