
ଜୟପୁର
, 15 ଏପ୍ରିଲ୍ (ହି.ସ.)କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମଧ୍ୟରେ ଥିବା କାଠରଗଡ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ଦ୍ବିତୀୟ ପିଏମଶ୍ରୀ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ବକ୍ତା ଭାବେ ବୋରିଗୁମ୍ମା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଉପସ୍ଥିତ ଥିବାବେଳେ ସନ୍ନମାନିତ ଅତିଥି ଭାବେ ୩ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ନରସିଂହ ନାଥ ଶତପଥୀ ଗୋଷ୍ଠୀ ମଙ୍ଗଳ ଅଧିକାରୀ ସୋନାଲି ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ନାୟକ, ସମିତି ସଭ୍ୟ ବୃନ୍ଦାବନ ନାୟକ, ସରପଞ୍ଚ ମଦନ ଗୌଡ଼, ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଏଲ କଣ୍ଡଳ ରାଓ ଏବଂ ଗଙ୍ଗାଧର ତ୍ରିପାଠୀ, ପ୍ରମୁଖ ମଂଚାସୀନ ହୋଇଥିଲେ।ପ୍ରଥମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମନ୍ତ ମଣ୍ଡଳ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ।
ପିଏମଶ୍ରୀ ଉତ୍ସବ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏହି ବିଦ୍ୟାଳୟ କୁ ଗୋଟେ ମୋଡେଲ ସ୍କୁଲ କରି ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଠିକ ଭାବେ ପରିବେଷଣ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ଉଦେଶ୍ୟ ରେ ସେମାନଙ୍କ ସାମୁହିକ ବିକାଶ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭା ଅନ୍ବେଷଣ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ଯାହା କି ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରି ସଂଶ୍ଲିଷ୍ଟ ହେବା ପାଇଁ ମୁଖ୍ୟ ବକ୍ତା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ କହିଥିଲେ।.ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମନିତ ଅତିଥି ଙ୍କ ଠାରୁ ପୁରସ୍କାର ମାନପତ୍ର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ.ପି ଏମ ଶ୍ରୀ ବାର୍ଷିକ ଉତ୍ସବ ରେ ଭଲ ଓ ଉପସ୍ଥାପନା ଦେଇଥିବା ଛାତ୍ରଛତ୍ରୀ ପୁରସ୍କୃତ କରାଯାଇ ଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି