ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ : ୨୦ ରେ ଗଣ୍ଠିଲା ଫିଟା ନୀତି
ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ- ୨୦୨୬ : ୨୦ ରେ ଗଣ୍ଠିଲା ଫିଟା ନୀତି
ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ- ୨୦୨୬ : ୨୦ ରେ ଗଣ୍ଠିଲା ଫିଟା ନୀତି


ସମ୍ବଲପୁର , ୧୫, ଏପ୍ରିଲ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତର ବହୁ ପ୍ରସିଦ୍ଧ ବାମଣ୍ଡା ଗଡ଼ଜାତର ପ୍ରାଚୀନତମ ଶଗଡ଼େଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଆଗାମୀ ଜୁନ ୧୮ ଓ ୧୯ ତାରିଖରେ ହେବାକୁ ଥିବା ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ- ୨୦୨୬ ପାଇଁ ନୃପଲାଲ ପଲେଇଙ୍କ ସଭାପତିତ୍ବରେ କର୍ତ୍ତା ଚୟନ ସହ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମନ୍ଦିରର ପୃଷ୍ଠପୋଷକ ତଥା ପରମ ଭକ୍ତ ଦିବଙ୍ଗତ ଶଶୀଭୂଷଣ ବଢ଼େଇଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମଳୟ ବେହେରା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାପତି ନୃପଲାଲ ପଲେଇ ବିଗତ ବର୍ଷମାନଙ୍କରେ ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ ଉପରେ ବିସ୍ତୃତ ସୂଚନା ଦେଇଥିଲେ । ବିଭିନ୍ନ ବିଚାର ବିମର୍ଷ ପରେ ବୈଠକରେ ଉପସ୍ଥିତ ଥିବା ସିଙ୍କଲମୁଣ୍ଡା ନିବାସୀ ମଣ୍ଟୁ ପଟେଲ ଓ ସହଧର୍ମିଣୀ ସଙ୍ଗୀତା ପଟେଲଙ୍କୁ ବରକର୍ତ୍ତା ତଥା ସୁନ୍ଦରଗଡ଼ ପଟୂଆଡିହି ନିବାସୀ ପ୍ରଭାସ ପଟେଲ ଓ ସହଧର୍ମିଣୀ ମୋନାଲିସା ନାଏକଙ୍କୁ କନ୍ୟାକର୍ତ୍ତା ଭାବେ ସହମତି ଆଧାରରେ ଚୟନ କରାଯାଇଥିଲା। ଆସନ୍ତା ଅପ୍ରେଲ ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଣ୍ଠିଲା ଫିଟା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ସଭାପତି ରୁଦ୍ର ନାରାୟଣ ବେହେରା, ସମ୍ପାଦକ ସୁମନ୍ତ ବେହେରା, ରାଜା ଶର୍ମା, ନରେନ୍ଦ୍ର ପଲେଇ, ସନ୍ତୋଷ ଠାକୁର, ସତୀଶ ମହାକୁଳ, ମିତ୍ରଭାନୁ ରାଏ, ଅତୁଲ ପାତ୍ର, ଗୁରୁଚରଣ କିସାନ, ରାଜେଶ ମହାପାତ୍ର, କିଶୋର ମହାପାତ୍ର, ସଞ୍ଜୀବ କୁମାର ପଣ୍ଡା, ହିମାଂଶୁ ପଲେଇ, କୋଷାଧ୍ୟକ୍ଷ ରତନଲାଲ ସିଂହ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande