
ଜୟପୁର, ୧୫ ଏପ୍ରିଲ୍(ହି.ସ.) – ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ଡ. ହୃଷିକେଶ ସେନାପତି ଆଜି ବିକ୍ରମଦେବ ଛାତ୍ରାବାସ ବୁଲି ଦେଖିଛନ୍ତି। ଛାତ୍ରାବାସର ନୂତନ କୋଠା ଦେଖିବା ସହ ପୁରାତନ କୋଠାର ସ୍ଥିତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠି ପରି ପଡ଼ି ରହିଥିବା ଦେଖି ବିରକ୍ତ ଭାବ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଉଚ୍ଚ କର୍ତୁପକ୍ଷଙ୍କୁ ଅବଗତ କରାଇ ଏହାର ମରାମତି କରି ଛାତ୍ରାବାସ ପୁନଃଉଦ୍ଧାର କରାଯିବ ବୋଲି ଆଲୋଚନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି