
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣିଥରେ (ଓଏଭି) ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ଶିକ୍ଷା ବର୍ଷ ୨୦୨୫-୨୬ ରେ, ଓଏଭି ସଂଗଠନରୁ ମୋଟ ୧୬,୯୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୧୫,୯୯୦ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଓଏଭିରେ ପାସ୍ ହାର ୯୪.୨୫% ରହିଛି। ମୋଟ ୮ ଜଣ ଛାତ୍ର ୯୯% ରୁ ଅଧିକ ମାର୍କ ରଖିଛନ୍ତି। ଏହା ଏକବ୍ୟତୀତ, ୧୫୯୮ ଜଣ ଛାତ୍ର ୯୦% ରୁ ଅଧିକ ନମ୍ବର ପାଇଛନ୍ତି । ରାଜ୍ୟରେ ସର୍ବାଧିକ ନମ୍ବର ରଖିଛନ୍ତି ଓଏଭି, ପଥରଚେପା, ବଲାଙ୍ଗୀରର ଶ୍ରେୟାଂସ ନନ୍ଦ ଏବଂ ଓଏଭି, ସତ୍ୟବାଦୀର ଆଶୀର୍ବାଦ ମିଶ୍ର ହାସଲ କରିଛନ୍ତି । ଉଭୟେ ୯୯.୬% ମାର୍କ ରଖିଛନ୍ତି।
ଅନ୍ୟାନ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଛନ୍ତି:
ସୋନାକ୍ଷୀ ପାଢ଼ୀ (ଓଏଭି, ପଥରଚେପା) - ୯୯.୪%
ପ୍ରୟାଗ ନାୟକ (ଓଏଭି, ପଥରଚେପା) - ୯୯.୨%
ଅଂଶୁମାନ ପଣ୍ଡା (ଓଏଭି, ସୋରଡା) - ୯୯.୨%
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି ଏବଂ ସେମାନଙ୍କର ଭବିଷ୍ୟତ ଶିକ୍ଷାଗତ ପ୍ରୟାସରେ ସେମାନଙ୍କର ସଫଳତା କାମନା କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା