
କେନ୍ଦ୍ରାପଡା, ୧୬ ଏପ୍ରିଲ୍ (ହି.ସ.)- ଆନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କବାଡି ଏବଂ ୧୪ ବର୍ଷରୁ କମ୍ ବାଳକ, ବାଳିକା ସିଏମ୍ ଟ୍ରଫି ୨୦୨୬ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲୁରହିଥିବା ଏହି ପ୍ରତିଯୋଗୀତାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାର୍ ଓ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବାଳକ ବିଭାଗର ୧୦ଟି ଭଲିବଲ୍ ଓ କବାଡିରେ ଯୋଗଦେଇଥିବା ବେଳେ ୬ଟି ଭଲିବଲ୍ ଓ କବାଡି ଦଳ ବାଳିକା ବିଭାଗରେ ଯୋଗ ଦେଇଥିଲେ । ଆୟୋଜିତ ଏହି ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, କ୍ରୀଡା ସଂସଦ ସଂମ୍ପାଦକ ସୟଦ୍ ଅକମଲ୍ ଅଲ୍ଲୀ, ସ୍ମିତା ପ୍ରତିଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସମ୍ପାଦକ ଜ୍ୟୋର୍ତିମୟୀ ଦାସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି