କରାଣ୍ଡିଆ ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ହୋଇଥିବା ଦୁର୍ନୀତିରେ ତଦନ୍ତ କରିବାକୁ ଦାବି
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳୋ ପଂଚାୟତର ପୁରୁଷୋତମପୁର ଠାରେ ଚଳିତ ଆର୍ôଥକ ବର୍ଷରେ ଜଳ ସମ୍ପଦ ବିଭାଗର ମହାନଦୀ, ଉତର ବିଭାଜନ-୧ ପକ୍ଷରୁ କରାଣ୍ଡିଆ ବାମପାଶ୍ୱର୍ରେ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ଚାଲୁଅଛି। ଏହି ନଦୀବନ୍ଧ ପ୍ରାୟ ୫ ବର୍
କରାଣ୍ଡିଆ ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ହୋଇଥିବା ଦୁର୍ନୀତିରେ ତଦନ୍ତ କରିବାକୁ ଦାବି


କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳୋ ପଂଚାୟତର ପୁରୁଷୋତମପୁର ଠାରେ ଚଳିତ ଆର୍ôଥକ ବର୍ଷରେ ଜଳ ସମ୍ପଦ ବିଭାଗର ମହାନଦୀ, ଉତର ବିଭାଜନ-୧ ପକ୍ଷରୁ କରାଣ୍ଡିଆ ବାମପାଶ୍ୱର୍ରେ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ଚାଲୁଅଛି। ଏହି ନଦୀବନ୍ଧ ପ୍ରାୟ ୫ ବର୍ଷ ହେବଜଳ ପ୍ରବାହ ବନ୍ଦ ରହିଛି। ଆଷାଢ଼ ମାସରେ ମଧ୍ୟ କିଛିଦିନ ଭରପୁର ପାଣି ଆସେ। ନିକଟରେ ଥିବା ଜଳପୋକ ନିକଟରୁ ପାଣି ଗାଁଭିତରକୁ ପ୍ରବେଶ କରେ। କିନ୍ତୁ ସେଠାରେ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ହେଉନଥିବାବେଳେ ପୁରୁଷୋତମ ପୁର ଠାରେ ଆବଶ୍ୟକ ଠାରୁ ଅଧିକ ପଥର ସ୍ୱର ଅଧିକ ଲମ୍ବା ପର୍ଯ୍ୟନ୍ତ ପଥର ଲଚିଂ, ପ୍ୟାକିଂ କରାଯାଉଛି। କାର୍ଯ୍ୟ ହେଉଥିବା ସ୍ଥାନ ଏକ ବାଲିପଠା ହୋଇଥିବାବେଳେ କିପରି ଭାବରେ ନଦୀର ଗଭୀରତାର ଅନୁମାନ କଲେ ଓ ଗଭୀରତାକୁ ମାପିଲେ ତାହା ଏହି କାର୍ଯ୍ୟରେ ହୋଇଥିବା ଚଂଚକତାକୁ ଧରା ପକାଉଛି। ସୁନିଶ୍ଚିତ ଯୋଜନା ପ୍ରସ୍ତୁତ ନକରି ଏହି କାର୍ଯ୍ୟକୁ ମହାନଦୀ ଉତର ବିଭାଜନ-୧ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟକୁ ସନ୍ଦେହ କରାଯାଉଛି। ଏହି କାର୍ଯ୍ୟରେ ହୋଇଥିବା ୬୦ ପ୍ରତିଶତ ପଥର ନିମ୍ନମାନର ଓ କମ୍ମାପର ଅଟେ। ଏହି କାର୍ଯ୍ୟକୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉମେଶ ପାଢି, ହିମାଂଶୁ ନାୟକ, ରମେଶଚନ୍ଦ୍ର ଦାସ, ସୁଧାଂଶୁ କୁମାର ସାହୁ, ଜୟ ଜଗଦୀଶ ସେଠୀ, ରଶ୍ମୀରଂଜନ ଚୈାଧୁରୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande