ଝାରସୁଗୁଡ଼ା ଜିଲ୍ଲା ପିସି ଏବଂ ପିଏନଡିଟି ନୂତନ ପରାମର୍ଶଦାତା କମିଟି ଗଠିତ
ଝାରସୁଗୁଡ଼ା, ୧୬ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ପିସି ଏବଂ ପିଏନଡିଟି ଆଇନର ସଫଳ ରୂପାୟନ ଏବଂ କନ୍ୟା ଭ୍ରୂଣ ହତ୍ୟା ଭଳି କୁସଂସ୍କାରକୁ ରୋକିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅନୁମତି କ୍ରମେ ଜିଲ୍ଲା ପରାମର୍ଶଦାତା କମିଟିର ପୁନର୍ଗଠନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା
ଝାରସୁଗୁଡ଼ା ଜିଲ୍ଲା ପିସି ଏବଂ ପିଏନଡିଟି ନୂତନ ପରାମର୍ଶଦାତା କମିଟି ଗଠିତ


ଝାରସୁଗୁଡ଼ା, ୧୬ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ପିସି ଏବଂ ପିଏନଡିଟି ଆଇନର ସଫଳ ରୂପାୟନ ଏବଂ କନ୍ୟା ଭ୍ରୂଣ ହତ୍ୟା ଭଳି କୁସଂସ୍କାରକୁ ରୋକିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅନୁମତି କ୍ରମେ ଜିଲ୍ଲା ପରାମର୍ଶଦାତା କମିଟିର ପୁନର୍ଗଠନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ଚିଠି ପ୍ରକାଶ ପାଇଛି। ଜିଲ୍ଲାରେ ଜନ୍ମ ସମୟରେ ଲିଙ୍ଗାନୁପାତର ସ୍ଥିତିରେ ସୁଧାର ଆଣିବା ଏବଂ ସମାଜରେ କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି କରିବା ପାଇଁ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପୁନର୍ଗଠିତ ଏହି କମିଟିରେ, ଡ. ଲତିକା କିଷାନ, ଶିଶୁ ରୋଗ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡ. ମଧୁରୀ ପଟେଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଝାରସୁଗୁଡ଼ା, ଡା. ବିଭୁଦତ ମହାନ୍ତି, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଝାରସୁଗୁଡ଼ା, ନିନେନ୍ଦୁ ରଞ୍ଜନ ଦାସ, ସରକାରୀ ଓକିଲ, ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଝାରସୁଗୁଡ଼ା, ସୁଶ୍ରୀ ଆନନ୍ଦିନୀ ପାଢ଼ୀ, ନିର୍ଦ୍ଦେଶିକା, ସେହେଡ଼ା (ସ୍ୱେଚ୍ଛାସେବୀ ସଂଗଠନ), ସୁଶୀଲ କୁମାର ଦାଶ, ସମ୍ପାଦକ, ସେବା (ସ୍ୱେଚ୍ଛାସେବୀ ସଂଗଠନ), ବିନ୍ଦୁ ମାଥୁ, ସଭାନେତ୍ରୀ, ପବିତ୍ର ଆତ୍ମା ସେବିକା ସଂଘ, ସଦସ୍ୟମାନଙ୍କୁ ସାମିଲ କରାଯାଇ ଏହି ପରାମର୍ଶଦାତା କମିଟି ଗଠନ କରାଯାଇଛି।

ନୂତନ ଭାବେ ଗଠିତ ଏହି କମିଟି ପ୍ରତି ଦୁଇ ମାସରେ ଥରେ ବୈଠକ କରି ଜିଲ୍ଲାରେ ପିସି ଏବଂ ପିଏନଡିଟି ଆଇନର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବ। ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ ୟୁନିଟ ଗୁଡ଼ିକର ନିୟମିତ ପରିଦର୍ଶନ ଓ ଯାଂଚ କରାଯିବ। ଏଥିସହ ନୂତନ ପଞ୍ଜିକରଣ, ପଞ୍ଜିକରଣର ନବୀକରଣ ଏବଂ ଆଇନ ଉଲ୍ଲଂଘନ କରୁଥିବା କେନ୍ଦ୍ରଗୁଡ଼ିକର ପଞ୍ଜିକରଣ ବାତିଲ ବା ନିଲମ୍ବନ କରିବା ସମ୍ପର୍କରେ ଏହି କମିଟି ଜିଲ୍ଲା କର୍ତୃପକ୍ଷଙ୍କୁ ପରାମର୍ଶ ପ୍ରଦାନ କରିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande