ଏନକେଟି ରୋଡ ଚଉଡ଼ା ନେଇ ମାପଚୁପ ଆରମ୍ଭ
ଜୟପୁର, ୧୬ ଏପ୍ରିଲ୍ (ହି.ସ.) - ଜୟପୁର ସହରର ଏନକେଟି ରୋଡରୁ ଜବରଦଖଲ ଉଛେଦ ହେବ। ଏନେଇ ଆଜି ପ୍ରଶାସନ ତରଫରୁ ମାପଚୁପ ଆରମ୍ଭ ହୋଇଛି । କଣ୍ଡରାସାହି ଛକ ଠାରୁ ପୁରୁଣାଗଡ ଛକ ଯାଏ ରାସ୍ତା ସମ୍ପ୍ରସାରଣ ହେବ । ଜବର ଦଖଲ ଯୋଗୁଁ ସାଧାରଣ ଜନତା ବହୁତ ହଇରାଣ ହେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପ
ଏନକେଟି ରୋଡ   ଚଉଢା  ନେଇ  ମାପଚୁପ ଆରମ୍ଭ


ଜୟପୁର, ୧୬ ଏପ୍ରିଲ୍ (ହି.ସ.) - ଜୟପୁର ସହରର ଏନକେଟି ରୋଡରୁ ଜବରଦଖଲ ଉଛେଦ ହେବ। ଏନେଇ ଆଜି ପ୍ରଶାସନ ତରଫରୁ ମାପଚୁପ ଆରମ୍ଭ ହୋଇଛି । କଣ୍ଡରାସାହି ଛକ ଠାରୁ ପୁରୁଣାଗଡ ଛକ ଯାଏ ରାସ୍ତା ସମ୍ପ୍ରସାରଣ ହେବ । ଜବର ଦଖଲ ଯୋଗୁଁ ସାଧାରଣ ଜନତା ବହୁତ ହଇରାଣ ହେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପଦକ୍ଷେପ ନେଇଛି । ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୂଜା ରାଉତଙ୍କ ନିର୍ଦ୍ଦେଶକ୍ରମେ ମାପଚୁପ କରାଯାଇଛି । କଣ୍ଡରା ସାହି ଛକ ଠାରୁ ହୋଟେଲ ମଧୁମତି ଯାଏ ୨୭ ଫୁଟିଆ ରୋଡ ହେବ । ମଧୁମତି ଠାରୁ ଇନ୍ଦିରା ଛକ ଯାଏ ୪୦ ଫୁଟିଆ ରୋଡ ହେବ । ମାପ ଚୁପ ସମୟରେ ୨ରୁ ୫ ଫୁଟ ଦେଖାଁଏ ଜବର ଦଖଲ ହୋଇଥିବା ଜଣାଯାଇଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା ରାସ୍ତା ଚଉଡ଼ା ହେବ ଟ୍ରାଫିକ ସମସ୍ୟା ରହିବ ନାହିଁ । ପ୍ରଶାସନର ଏପରି ପଦକ୍ଷେପକୁ ଜୟପୁରବାସୀ ସ୍ୱାଗତ କରିଛନ୍ତି । ପୌର କର୍ମଚାରି, ରାଜସ୍ୱ ବିଭାଗ ଓ ପୋଲିସ ଉପସ୍ଥିତିରେ ମାପଚୁପ କରାଯାଇଛି । ରାଜସ୍ୱ ବିଭାଗର ସୁପରଭାଇଜର ହରି ହରି ଶତପଥି, ଏଆରଆଇ ସରୋଜ ପାଢୀ, ଅମିନ ସୁଭଶ୍ମିତା ଜେନା, ଅଭିନାଶ ସାନ୍ତ୍ରାପାତ୍ର , ପରିମଳ ନିରିକ୍ଷକ ସତ୍ୟ ନାରାୟଣ ପାତ୍ର, ଟାଉନ ପୋଲିସ ଉପସ୍ଥିତ ଥିଲେ । ଖୁବଶୀଘ୍ର ଜବର ଦଖଲ ଉଛେଦ ହେବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande