ଭଦ୍ରକ ଜିଲ୍ଲାର ପଳାଶ ଗଡିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତ୍ରିଦିବସୀୟ ଜଉକଣ୍ଢେଇ ପ୍ରଶିକ୍ଷଣ ଶିବିର ଉଦଘାଟନ
ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ୍ ବ୍ଲକର ପଳାଶ ଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ ତ୍ରୀଦିବସୀୟ ଜଉକଣ୍ଢେଇ ଶିବିର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରୀ ଜଉକଣ୍ଢେଇର ପୁନରୁଦ୍ଧାରକ ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଯୋଗ ଦେଇ ଭାରତୀୟ କଣ୍ଢେଇର କ
PALASAGADIA ADARSA VIDYALAYA JAU KANDHEI


ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ୍ ବ୍ଲକର ପଳାଶ ଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ ତ୍ରୀଦିବସୀୟ ଜଉକଣ୍ଢେଇ ଶିବିର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରୀ ଜଉକଣ୍ଢେଇର ପୁନରୁଦ୍ଧାରକ ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଯୋଗ ଦେଇ ଭାରତୀୟ କଣ୍ଢେଇର କଳା ସଂସ୍କୃତି ଶିକ୍ଷା ସ୍ୱାସ୍ଥ୍ୟ ପରିବେଶ ଓ ଅର୍ଥନୀତି ପ୍ରତି ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିବା ସହ ବାଲେଶ୍ୱରୀ ଜଉକଣ୍ଢେଇର ବୈଶିଷ୍ଟ୍ୟ ଜଣାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ ଯୋଗଦେଇ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନ କୌଶଳ ତଥା ସୃଜଶୀଳତା ବିକାଶ ଘଟେ ବୋଲି ବ୍ୟକ୍ତବରେ କହିଥିଲେ। ବିଶିଷ୍ଟ ଜଉ କଣ୍ଢେଇ ଶିଳ୍ପୀ ତଥା ପ୍ରସିକ୍ଷିକା ମାୟା ନାୟକ, ଓ ରଞ୍ଜିତା ବେହେରା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ପଣ୍ଡା ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଜୟନ୍ତୀ ପରିଡା ଧନ୍ୟବାଦ୍ ପ୍ରଦାନ କରିଥିଲେ। କଳା ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାପ୍ରିୟା ବିଶ୍ୱାଳ ଶିବିରକୁ ପରିଚାଳନା କରିଥିବା ବେଳେ ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନେ କଣ୍ଢେଇ ଗଢ଼ିବା ପାଇଁ ମାଟି ପ୍ରସ୍ତୁତି କରିବା ସହ ହାତୀ ଘୋଡ଼ା, କଇଁଛ, ବତକ, ପକ୍ଷୀ ଇତ୍ୟାଦି ଗଢ଼ିବା ଶିଖିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande