କନିଷ୍ଠ ଖଣି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଗିରଫ
ଜୟପୁର, ୧୬ ଏପ୍ରିଲ୍ (ହି.ସ.) - ଜୟପୁର ବ୍ଲକ ବାଲିଆ ଗ୍ରାମରେ ଖଣି ବିଭାଗର ଯଣେ କନିଷ୍ଠ ଖଣି ଅଧିକାରୀଙ୍କୁ ବାଲି ମାଫିଆ ମାନେ ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ସଦର ପୁଲିସ ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଅନ୍ତା ଗ୍ରାମପଂଚାୟତ ଦାମାପୁଟ ଅଂଚଳର ଜିତୁ
କନିଷ୍ଠ ଖଣି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଗିରଫ


ଜୟପୁର, ୧୬ ଏପ୍ରିଲ୍ (ହି.ସ.) - ଜୟପୁର ବ୍ଲକ ବାଲିଆ ଗ୍ରାମରେ ଖଣି ବିଭାଗର ଯଣେ କନିଷ୍ଠ ଖଣି ଅଧିକାରୀଙ୍କୁ ବାଲି ମାଫିଆ ମାନେ ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ସଦର ପୁଲିସ ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଅନ୍ତା ଗ୍ରାମପଂଚାୟତ ଦାମାପୁଟ ଅଂଚଳର ଜିତୁ ପୋଡାଲ (୨୦)। ଆକ୍ରମଣ ମାମଲାରେ ଏହି ଯୁବକ ଜଣକ ସପ୍ସସ୍ଲିଷ୍ଟ ଥିବାଯୋଗୁଁ ସଦର ପୁଲିସ ଜିତୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଭାରାପ୍ରାପ୍ତ ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଏଥି ପୂର୍ବରୁ ସେହି ଗ୍ରାମର ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande