ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଂଚଳର ଅନେକ ଅଙ୍ଗନ୍ ୱାଡ଼ି ସେଂଟର ଓ ବିଦ୍ୟାଳୟ ଅଚାନକ ପରିଦର୍ଶନ
ସୁବର୍ଣ୍ଣପୁର, ୧୬ ଏପ୍ରିଲ୍(ହି.ସ.) – ଲଛିପୁର, ଲୁପୁରସିଂହା, ରୁଗୁଡ଼ି ପାଲି ସମେତ ଏ ଅଂଚଳର ଅନେକ ଅଙ୍ଗନ୍ ୱାଡ଼ି ସେଂଟର ଓ ବିଦ୍ୟାଳୟ ଅଚାନକ ପରିଦର୍ଶନ କରିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ଏ ସବୁର ପରିଚାଳନା ବିଷୟରେ କର୍ମଚାରୀଙ୍କୁ ବୁଝିବା ସହ ପିଲାଙ୍କ ସହ ସିଧା ସଳଖ କଥାହୋଇ ସବୁ ବୁଝିଲେ। ଲୁପୂର
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ  ଅଞ୍ଚଳ ର ଅନେକ ଅଙ୍ଗନ୍ ୱାଡ଼ି ସେଣ୍ଟର ଓ ବିଦ୍ୟାଳୟ ଅଚାନକ ପରିଦର୍ଶନ


ସୁବର୍ଣ୍ଣପୁର, ୧୬ ଏପ୍ରିଲ୍(ହି.ସ.) – ଲଛିପୁର, ଲୁପୁରସିଂହା, ରୁଗୁଡ଼ି ପାଲି ସମେତ ଏ ଅଂଚଳର ଅନେକ ଅଙ୍ଗନ୍ ୱାଡ଼ି ସେଂଟର ଓ ବିଦ୍ୟାଳୟ ଅଚାନକ ପରିଦର୍ଶନ କରିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ଏ ସବୁର ପରିଚାଳନା ବିଷୟରେ କର୍ମଚାରୀଙ୍କୁ ବୁଝିବା ସହ ପିଲାଙ୍କ ସହ ସିଧା ସଳଖ କଥାହୋଇ ସବୁ ବୁଝିଲେ। ଲୁପୂର୍ ସିଙ୍ଗା ଅଙ୍ଗନୱାଡିରେ ଚାଲିଥିବା ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଦେଖି ଖୁସି ହୋଇଥିଲେ। ବିଭିନ୍ନ ଗାଁ ଗସ୍ତ ସାରି ସକାଳ ୯ଟା ବେଳେ ଏ ରାସ୍ତାରେ ଜିଲ୍ଲାପାଳ ସୋନପୁର ଫେରୁଥିବା ଓ ତାଙ୍କ ତପ୍ତରତା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ଏ ଅଂଚଳର ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନୱାଡି କର୍ମଚାରୀ ପ୍ୟାକ୍ସ କର୍ମଚାରୀ ଆଜି ଛାନିଆଁ ହୋଇ ଯାଇଥିଲେ। ପ୍ରତିଦିନ ଜିଲ୍ଲାପାଳଙ୍କ ଏଭଳି କିଛି ନା କିଛି ଅଂଚଳ ଗାଁ କୁ ପରିଦର୍ଶନ ଯୋଗୁଁ ସରକାରୀ କର୍ମଚାରୀ ଚଳଚଂଚଳ ହୋଇ ଉଠିଥିବା ଜଣାଯାଇଛି। ଆକ୍ସନ ଠାରୁ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଡିସ୍କସନ୍ ମହୋଷଧି ଠାରୁ ଅଧିକ କାର୍ଯ୍ୟକରେ ବୋଲି ଜିଲ୍ଲାପାଳ ବେଳେ ବେଳେ ସଭାରେ ଅଫିସରମାନଂକୁ କହନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande