
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍ (ହି.ସ.)- ପଵିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡ଼ା ମୁନିସିପାଲିଟିର ଟାଉନ୍ ବଳରାମପୁର ଛକଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜନନୀ ସୋସିଆଲ ସର୍ଭିସ ଅର୍ଗାନାଇଜେସନ୍ ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରଚଣ୍ତ ଗ୍ରୀଷ୍ମପ୍ରବାହରୁ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କର ଶୋଷ ମେଣ୍ଟାଇବା ପାଇଁ ଲେମ୍ବୁପାଣି ଓ ଦହି ପଣା ଵଣ୍ଟନ କରାଯାଇଥିଲା। ଏହି ଅଵସରରେ ପଥଚାରୀମାନଙ୍କୁ ଅଂଶୁଘାତରୁ ରକ୍ଷାପାଇଵା ପାଇଁ ଘରୁ ଵାହାରିଲେ ଚପଲ, ଛତା ଗାମୁଛା ପାଣି ବୋତଲ ନେଇ ଘରୁ ଵାହାରିଵାକୁ ପରାମର୍ଶ ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମକୁ ସଂଗଠନର ସମ୍ପାଦକ ମଧୁସୂଦନ ନାଥ ପରିଚାଳନା କରିଥିଲେ l ସଭ୍ୟା ଶ୍ରୀକାନ୍ତ ମହାରଣା, ରବୀନ୍ଦ୍ର କୁମାର ସେନାପତି, ଆଦିତ୍ୟ ପ୍ରସାଦ ନାଥ,ଅତନୁ ଦାସ, ପ୍ରମିଳା ମହାରଣା,ରାଜଶ୍ରୀ ଚୂଳି,ଶୁଭଶ୍ରୀ ଚୂଳି ବଳଦେବ ପ୍ରସାଦ ଉପାଧ୍ୟାୟ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ରବି