କୋରାପୁଟ ଜିଲା : ଜଳଯନ୍ତ୍ରଣାରେ ଛଟପଟ ପଶୁପକ୍ଷୀ
ଜୟପୁର, ୧୯ ଏପ୍ରିଲ୍ (ହି.ସ.) କୋରାପୁଟ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରାରେ ବୁଲା ପଶୁ ଜନ୍ତୁ ଓ ପକ୍ଷୀମାନେ ଶୋଷ ମେଣ୍ଟାଇବା ପାଇଁ କୋରାପୁଟ ଜିଲା ଜୟପୁର ସହର କୋରାପୁଟ, ବୈପାରିରୁଡା, ସେମିଳିଗୁଡା, ଦାମାନଜୋଡି, ବୋରିଗୁମ୍ମାରେ ବୁଲା ପଶୁଯନ୍ତୁମାନେ ଜଳଯନ୍ତ୍ରଣାରେ ଛଟପ
କୋରାପୁଟ ଜିଲା ଜଳଯନ୍ତ୍ରଣାରେ ଛଟପଟ ପଶୁପକ୍ଷୀ


ଜୟପୁର, ୧୯ ଏପ୍ରିଲ୍ (ହି.ସ.)

କୋରାପୁଟ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରାରେ ବୁଲା ପଶୁ ଜନ୍ତୁ ଓ ପକ୍ଷୀମାନେ ଶୋଷ ମେଣ୍ଟାଇବା ପାଇଁ କୋରାପୁଟ ଜିଲା ଜୟପୁର ସହର କୋରାପୁଟ, ବୈପାରିରୁଡା, ସେମିଳିଗୁଡା, ଦାମାନଜୋଡି, ବୋରିଗୁମ୍ମାରେ ବୁଲା ପଶୁଯନ୍ତୁମାନେ ଜଳଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଲା ଗାଈଗୋରୁ, କୁକୁର ଓ ପକ୍ଷୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ପଶୁପକ୍ଷୀମାନଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ ଜୟପୁର ସହରର ରାଜା ନହର, ପ୍ରସାଦରାଓ ପେଟା, ତାରିଣି ଛକ, ପାୱାର ହାଉସ କେତେକ ସାହିବସ୍ତି ସହ ବୋରିଗୁମ୍ମା, ବୈପାରିଗୁଡା, କୋରାପୁଟରେ ଜଳକୁଣ୍ଡ ସ୍ଥାପନ କରାଯାଇ ବୁଲା

ପଶୁପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ସୁବିଧା କରାଯିବା ନେଇ ଦାବି ହେଉଛି । ଏପରିକି ସହରର ଅନ୍ୟ ଅଞ୍ଚଳମାନଙ୍କରେ କେଉଁ କାରଣରୁ ଜଳକୁଣ୍ଡ ସ୍ଥାପନରେ ବିଳମ୍ବ କରାଯାଉଛି ତାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଜୟପୁର ସହରର ଜଳକୁଣ୍ଡ ସ୍ଥାପନ ହୋଇନଥିବାରୁ ପାଣିଟୋପାଏ ପିଇବା ପାଇଁ ବୁଲା ପଶୁ ଜନ୍ତୁ ଓ ପକ୍ଷୀମାନେ ପ୍ରଚଣ୍ଡ ରୌଦ୍ରତାପରେ ଡହଳ ବିକଳ ହେବା ସହ ନାହିଁ ନଥିବା ସମସ୍ୟାର

ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଟାଇଁ ଟାଇଁ ଖରାରେ ଜନଜୀବନ

ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା ବେଳେ ଦିନ ୧୧ଟା ପରେ ଦାଉ ସାଧୁଛି ଖରା । ଯେଉଁଠି ମଣିଷ ପକ୍ଷେ ଘରୁ ବାହାରିବା ପ୍ରଚଣ୍ଡ ଖରାରେ ସମ୍ଭବପର ହେଉନାହିଁ । ଏପରିସ୍ଥଳେ କେତେକ ଅଞ୍ଚଳରେ ବୁଲା ପଶୁପକ୍ଷୀଙ୍କ ପରିସ୍ଥିତି ଅଧିକ ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତାଙ୍କ ପାଖରେ ନାନା ସୁବିଧା ଥିଲାବେଳେ ଏପରି କ୍ଷେତ୍ରରେ ପଶୁପକ୍ଷୀଙ୍କ କଥା ପଚାରେ ବା କିଏ । ପଶୁପକ୍ଷୀଙ୍କ ତୃଷା ନିବାରଣ ପାଇଁ ସହରର ସମସ୍ତ ସାହି ବସ୍ତି ଗୁଡିକରେ କେବେ ଜଳକୁଣ୍ଡ ସ୍ଥାପନ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କହିବାର ଶକ୍ତି ନାହିଁ ବୋଲି ବୁଲା ଗାଈଗୋରୁ ଓ ପଶୁପକ୍ଷୀ ମାନେ ପ୍ରତିବାଦ କରିପାରୁନାହାନ୍ତି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ପ୍ରଚଣ୍ଡ ଖରାରେ ପାଣି ଟୋପାଏ ପାଇଁ ବୁଲା ପଶୁପକ୍ଷୀମାନେ ସନ୍ତୁଳି ହେଉଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି । ଖରା ବଢୁଛି ଅଥଚ ବର୍ତମାନ ସୁଦ୍ଧା ବୁଲା ପଶୁପକ୍ଷୀ ଏବଂ ବୁଲା ଗାଈଗୋରୁମାନେ ପିଇବା ପାଇଁ ସମସ୍ତ ସାହିବସ୍ତି ଗୁଡିକରେ ଜଳକୁଣ୍ଡ ରଖିବା ସମ୍ଭବପର ହୋଇପାରି ନାହିଁ । ଖାଦ୍ୟ ତ ଦୂରେ ଥାଉ, ଖରାରେ ଡହଳ ବିକଳ ପରିସ୍ଥିତିରେ ପାଣି ମୁନ୍ଦେ ମିଳିବା ବୁଲା ପଶୁପକ୍ଷୀଙ୍କ ପାଇଁ କେତେକ ସାହିବସ୍ତିରେ ମୁସ୍କିଲ ହୋଇପଡିଲାଣି । ଏପରି କ୍ଷେତ୍ରରେ ବୁଲା ପଶୁପକ୍ଷୀ ଏବଂ ବୁଲା ଗାଈଗୋରୁଙ୍କ କଥା ବୁଝିବ ବା କିଏ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande