



ସମ୍ବଲପୁର, ୧୯, ଏପ୍ରିଲ୍ (ହି.ସ.) ଆଗାମୀ ରାଜ୍ୟ ଓ ଜାତୀୟ ସନ୍ତରଣ ପ୍ରତିଯୋଗିତା ଗୁଡିକୁ ନଜରରେ ରଖି ସନ୍ତରଣ ପ୍ରତିଭାମାନଙ୍କୁ ପ୍ରଶିକ୍ଷିତ କରିବା ସକାଶେ ଓଡିଶା ମାଷ୍ଟର୍ସ ସନ୍ତରଣ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଡାକ୍ତର ଝସକେତନ ସାହୁ ସନ୍ତରଣାଗାର ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ସ୍ପ୍ରିଂଟ କାର୍ଣ୍ଣିଭାଲ ଆୟୋଜନ କରାଯାଇଥିଲା। ସଂଘର ସଭାପତି ପ୍ରେମରଞ୍ଜନ ପ୍ରଧାନ ଓ ସମ୍ପାଦକ ସୁରଜ ବାଗଙ୍କ ସଂଯୋଜନା କ୍ରମେ ଆୟୋଜିତ ପ୍ରତିଯୋଗିତାକୁ ଉପଦେଷ୍ଟା ଆର୍ତତ୍ରାଣ ମାଝୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସ୍ପ୍ରିଣ୍ଟ କାର୍ଣ୍ଣିଭାଲରେ ଭିନ୍ନ ଭିନ୍ନ ବୟସ ବର୍ଗର ୯୦ ଜଣ ପ୍ରତିଯୋଗୀ ୫୦ ମିଟର ଫ୍ରି ଷ୍ଟାଇଲ, ବ୍ରେଷ୍ଟ ଷ୍ଟ୍ରୋକ, ବଟର ଫ୍ଲାଏ ଓ ବେକ ଷ୍ଟ୍ରୋକ ଷ୍ଟାଇଲରେ ଅଂଶ ଗ୍ରହଣ କରିଥିଲେ।
ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଶ୍ରେୟାଂଶ ତ୍ରିପାଠୀ, ଅନୁଷ୍କା ଶର୍ମା, ଦେବେଶ ବାଗ, ଶ୍ରୀଲେଖା ମିଶ୍ର, ୟଶରଜ ଲୁହା, ଅଲିୟାନା ପଣ୍ଡା, ରୋହିତ ଦୀପ ଓ ଜ୍ୟୋତି ସଲମା ଚାମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ। ଏହି ସ୍ପ୍ରିଂଟ କାର୍ଣ୍ଣିଭାଲକୁ ସୁରେନ୍ଦ୍ର ନାଏକ, ଆଶୁତୋଷ ନାଏକ, ଅନନ୍ତ ବେରିହା, ଲକ୍ଷ୍ମୀଚନ୍ଦ୍ର ମହାକୁଡ଼, ପ୍ରଦୀପ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ଜଗବନ୍ଧୁ ବେହେରା, ବଦ୍ରି ନାରାୟଣ ପୁରୋହିତ,ବିକାଶ ହରିପାଲ, ଅନୁପ୍ରିୟା ପଣ୍ଡା,ରଙ୍କନିଧି ସେଠ, ଦିଲୀପ ଜେନା, ମନୋଜ ବନଛୋର, ଅଲିଶା କେରକେଟା, ଅନନ୍ୟା ସାହା ଓ ମନୋଜ ବନଛୋର ଶେଷରେ ମାଷ୍ଟର୍ସ ସନ୍ତରଣ ସଂଘ ର ବରିଷ୍ଠ ସଭ୍ୟ ନାରାୟଣ ପଣ୍ଡା, ସାଲେଗ୍ରାମ ଖୁଂଟିିଆ, ଗଣେଶ ପାଣିଗ୍ରାହୀ, ଜୟନ୍ତ ପାଣ୍ଡେ, ଅନିଲ ବେରିହା ପ୍ରମୁଖ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ